ଓଡିଶା

odisha

ETV Bharat / bharat

ପଦ୍ମ ସମ୍ମାନ-2020: ସାହିତ୍ୟ କ୍ଷେତ୍ରରେ ସମ୍ମାନିତ ହେବେ 25 - ପଦ୍ମ ସମ୍ମାନ-2020

ଘୋଷଣା ହେଲା ଚଳିତ ବର୍ଷର ପଦ୍ମ ପୁରସ୍କାର ସମ୍ମାନ । ସାହିତ୍ୟକ୍ଷେତ୍ରରେ ନିଜର ଅତୁଳନୀୟ ଅବଦାନ ପାଇଁ ଅନେକଙ୍କୁ ମିଳିବ ସମ୍ମାନ । ଅଧିକ ପଢନ୍ତୁ...

padma awards-2020
ଫାଇଲ ଫଟୋ

By

Published : Jan 25, 2020, 11:16 PM IST

ହାଇଦ୍ରାବାଦ: ଘୋଷଣା ହେଲା ଚଳିତ ବର୍ଷର ପଦ୍ମ ପୁରସ୍କାର ସମ୍ମାନ । ସାହିତ୍ୟକ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଅନେକଙ୍କୁ ମିଳିବ ସମ୍ମାନ । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ମନୋଜ ଦାସଙ୍କୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ପଦ୍ମ ଭୂଷଣରେ ସମ୍ମାନିତ କରାଯିବ ।

ଅନ୍ୟପକ୍ଷେ କାଜି ମାସୁମ ଅଖତର, ଗ୍ଲୋରିଆ ଆରିଏରା, ବାହଦୁର ଛେତ୍ରୀ, ଏଚ ଏମ ଦେଶାଇ, ମିନାକ୍ଷୀ ଜୈନ, ବେଣୀଚନ୍ଦ୍ର ଜାମାତିଆ, ସି. କୋମଲୋଭା, ନାରାୟଣ ଜୋସୀ, ଏନ ଚନ୍ଦ୍ରଶେଖରନ୍ ନୈର, ଶିବ ଦତ୍ତ ନିରମୋହୀ, ବିଜୟ ସାରଥୀ ଶ୍ରୀବାସମ୍, ୟେଶେ ଦୋରଜୀ ତୋନ୍ଦଚି, ରୋବର୍ଟ ଥୁରମାନ, ଅଭିରାଜ ରାଜେନ୍ଦ୍ର ମିଶ୍ର, ଏସ ପି କୋଠାରୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ ।

ଅନ୍ୟପକ୍ଷେ ଓଡିଶାରୁ ବୀଣାପାଣି ମହାନ୍ତି ଓ ଦମୟନ୍ତୀ ବେସରାଙ୍କୁ ମଧ୍ୟ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ । ଏହାସହ ସାମ୍ବାଦିକ କ୍ଷେତ୍ରରେ ମିଜୋରାମର ପୁ ଲାଲବ୍ୟାକଥାଙ୍ଗ ପଚୁଆଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ । ମୋଟ 141ଟି ସମ୍ମାନ ମଧ୍ୟରୁ 25ଜଣଙ୍କୁ ସାହିତ୍ୟ କ୍ଷେତ୍ରରେ ସମ୍ମାନ ପ୍ରଦାନ କରାଯିବ ।

ABOUT THE AUTHOR

...view details