ଓଡିଶା

odisha

ETV Bharat / bharat

ବଢିଲା ରିମାଣ୍ଡ ଅବଧି, ଆହୁରି 4 ଦିନ ସିବିଆଇ ହେପାଜତରେ ଚିଦାମ୍ବରମ - cbi court

ସୋମବାର ଦିଲ୍ଲୀର ରାଉଜ ଏଭେନ୍ୟୁ ସିବିଆଇ କୋର୍ଟ ଚିଦାମ୍ବରମ୍‌ଙ୍କ ହେପାଜତ ଅବଧିକୁ ଆଉ 4 ଦିନ ବୃଦ୍ଧି କରିବାକୁ ମଞ୍ଜୁରୀ ଦେଇଛନ୍ତି । ବର୍ତ୍ତମାନ ଚିଦାମ୍ବରମ୍‌ଙ୍କୁ 30 ଅଗଷ୍ଟରେ କୋର୍ଟରେ ହାଜର କରାଯିବ ।

ଫାଇଲ ଫଟୋ

By

Published : Aug 26, 2019, 6:33 PM IST

Updated : Aug 26, 2019, 6:51 PM IST

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କୁ ସୋମବାର ଆଉ ଏକ ଝଟକା ମିଳିଛି । ସୁପ୍ରିମକୋର୍ଟରେ ଆଗୁଆ ଜାମିନ ଆବେଦନ ଖାରଜ ହେବାପରେ ଏବେ ସିବିଆଇ ହେପାଜତ ଅବଧିକୁ ବୃଦ୍ଧି କରାଯାଇଛି । ସୋମବାର ଦିଲ୍ଲୀର ରାଉଜ ଏଭେନ୍ୟୁ ସିବିଆଇ କୋର୍ଟ ଚିଦାମ୍ବରମ୍‌ଙ୍କ ହେପାଜତ ଅବଧିକୁ 4 ଦିନ ବୃଦ୍ଧି କରିବାକୁ ମଞ୍ଜୁରୀ ଦେଇଛନ୍ତି । ଆଗାମୀ ଅଗଷ୍ଟ 30ରେ କୋର୍ଟରେ ହାଜର ହେବେ ଚିଦା ।

ସିବିଆଇ ଚିଦାମ୍ବରମ୍‌ଙ୍କୁ ଆଉ 5 ଦିନ ହେପାଜତରେ ରଖି ପଚାରାଉଚାରା କରିବାକୁ କୋର୍ଟରେ ଆବେଦନ କରିଥିଲା । ତେବେ କୋର୍ଟ ଚିଦାମ୍ବରମ୍‌ଙ୍କ ସିବିଆଇ ହେପାଜତ ଅବଧିକୁ ଆଉ ୪ ଦିନ ବଢାଇ ଦେଇଛନ୍ତି । ଏହା ସହିତ ଦିନକୁ କେବଳ ଅଧଘଣ୍ଟା ପାଇଁ ଚିଦାମ୍ବରମ୍‌ଙ୍କ ପରିବାର ଲୋକ କିମ୍ବା ଓକିଲ ତାଙ୍କୁ ଭେଟି ପାରିବେ ବୋଲି କୋର୍ଟ କହିଛନ୍ତି । ତେବେ ଆଗାମୀ 48 ଘଣ୍ଟା ମଧ୍ୟରେ ଚିଦାମ୍ବରମ୍‌ଙ୍କ ଡାକ୍ତରୀ ପରୀକ୍ଷା ହେବ ।

ସୂଚନାଯୋଗ୍ୟ ଯେ, ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗତ ୨୧ ତାରିଖରେ ସିବିଆଇ ଚିଦାମ୍ବରମଙ୍କୁ ଗିରଫ କରିଥିଲା । ୨୦୦୭ରେ ସେ ଅର୍ଥମନ୍ତ୍ରୀ ଥିବାବେଳେ ଆଇଏନଏକ୍ସ ମିଡିଆରେ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ନିବେଶକୁ ବିଦେଶୀ ନିବେଶ ପ୍ରୋତ୍ସାହନ ବୋର୍ଡ ବେଆଇନ ଭାବେ ଅନୁମତି ଦେଇଥିଲା । ଲାଞ୍ଚ ନେଇ ଚିଦାମ୍ବରମ ଏହି ଅନୁମତି ଦେଇଥିଲେ ବୋଲି ସିବିଆଇ ଅଭିଯୋଗ କରିଛି ।

Last Updated : Aug 26, 2019, 6:51 PM IST

ABOUT THE AUTHOR

...view details