ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଚାରିଆଡେ ଚର୍ଚ୍ଚା । ବିରୋଧୀ ଦଳ ଏହାକୁ ନେଇ ବିଭିନ୍ନ ସ୍ଥାନରେ ବିରୋଧ କରୁଥିବାବେଳେ ଶାସକ ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ଜାରି ରଖିଛି । ଏହାରି ଭିତରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାମ୍ବରମ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ବିଟର ମାଧ୍ୟମରେ କଟାକ୍ଷ କରିଛନ୍ତି ।
ମୋଦିଙ୍କୁ ଚିଦାମ୍ବରମଙ୍କ ପରାମର୍ଶ; ସିଏଏକୁ ନେଇ ପ୍ରଶ୍ନୋତ୍ତର କରିବାକୁ ଆହ୍ବାନ - P chidambaram proposes QandA to pm
ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଚାରିଆଡେ ଚର୍ଚ୍ଚା । ଯାହାକୁ ନେଇ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି.ଚିଦାମ୍ବରମ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ବିଟର ମାଧ୍ୟମରେ କଟାକ୍ଷ କରିଛନ୍ତି ।
ସିଏଏ ପ୍ରସଙ୍ଗରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି । ସେହିପରି ମୋଦି ସିଏଏ ବାବଦରେ କୌଣସି ପ୍ରଶ୍ନ ଶୁଣିବାକୁ ଅନିଚ୍ଛୁକ ଥିବା ସେ ଦର୍ଶାଇଛନ୍ତି । ପ୍ରଧାନମନ୍ତ୍ରୀ କହୁଛନ୍ତି ସିଏଏ ନାଗରିକତା ଦେବା ପାଇଁ କରାଯାଇଛି କାହାଠାରୁ ନେବା ପାଇଁ ନୁହେଁ । ହେଲେ ସେ ଏହା ମଞ୍ଚରୁ ପ୍ରଶ୍ନପଚାରି ପାରୁନଥିବା ଦର୍ଶକଙ୍କ ଆଗରେ କହୁଛନ୍ତି । କିନ୍ତୁ ତାଙ୍କ ସମାଲୋଚକଙ୍କ ସହିତ ବାର୍ତ୍ତାଳପ କରୁନାହାଁନ୍ତି । ତାଙ୍କ ପାଖରେ ଏଥିଲାଗି ସମୟ ନାହିଁ ବୋଲି ଚିଦାମ୍ବରମ ଟ୍ବିଟ୍ କରିଛନ୍ତି ।
ପ୍ରଧାନମନ୍ତ୍ରୀ ସିଏଏକୁ ବୁଝାଇବାକୁ ହେଲେ ନିଜର 5 ଜଣ ସମାଲୋଚକଙ୍କ ସହିତ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି । ସୂଚନା ଥାଉକି, 2014 ମସିହା ଡିସେମ୍ବର 31 ତାରିଖ ସୁଦ୍ଧା ବାଲାଂଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ଭାରତକୁ ଆସିଥିବା ହିନ୍ଦୁ, ଶିଖ୍, ଜୈନ, ଫାର୍ସୀ, ବୌଦ୍ଧଧର୍ମୀ, ଖ୍ରୀଷ୍ଟିଆନଙ୍କୁ ନାଗରିକତା ପ୍ରଦାନ କରିବା ଲାଗି ସିଏଏ ଲାଗୁ କରାଯାଇଛି ।