ଓଡିଶା

odisha

ETV Bharat / bharat

ସାମନାକୁ ଆସିଲେ ଚିଦାମ୍ବରମ୍‌, ସାମ୍ବାଦିକ ସମ୍ମିଳନୀରେ ଦେଲେ ସଫେଇ

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଆଗୁଆ ଜାମିନ ନମିଳିବା ପରେ ଗତକାଲିଠାରୁ ନିଖୋଜ ଥିଲେ ଚିଦାମ୍ବରମ୍‌ । ତେବେ ଆଜି ସେ କଂଗ୍ରେସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି,  ସିବିଆଇ ଏବଂ ଇଡିର ଏଫଆଇର ଓ ଚାର୍ଜସିଟରେ ମୋର ନାଁ ମଧ୍ୟ ନାହିଁ ।

ଫଟୋ ସୌଜନ୍ୟ: ଟ୍ବିଟର@ANI

By

Published : Aug 21, 2019, 8:58 PM IST

ନୂଆଦିଲ୍ଲୀ: ମୁଁ କୌଣସି ବେଆଇନ କାର୍ଯ୍ୟ କରିନାହିଁ । ମୋ ବିରୁଦ୍ଧରେ ଷଡଯନ୍ତ୍ର ରଚାଯାଉଛି । ମୋତେ ଲୋକତନ୍ତ୍ର ଉପରେ ଭରସା ଅଛି । ମୁଁ ବଞ୍ଚିବା ଏବଂ ସ୍ବାଧୀନତାର ଅଧିକାର ମଧ୍ୟରୁ ସ୍ବାଧୀନତାର ଅଧିକାର ବାଛିବି । ଗତ 24 ଘଣ୍ଟା ଧରି ଯେଉଁ ଘଟଣାକ୍ରମ ଚାଲିଛି, ତାହା ଦ୍ବାରା ଦେଶକୁ ଭୁଲ ବାର୍ତ୍ତା ଦିଆଯାଉଛି ବୋଲି ଗତକାଲିଠାରୁ ନିଖୋଜ ଥିବା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ କହିଛନ୍ତି ।

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଆଗୁଆ ଜାମିନ ନମିଳିବା ପରେ ଗତକାଲିଠାରୁ ନିଖୋଜ ଥିଲେ ଚିଦାମ୍ବରମ୍‌ । ତେବେ ଆଜି ସେ କଂଗ୍ରେସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ସିବିଆଇ ଏବଂ ଇଡିର ଏଫଆଇର ଓ ଚାର୍ଜସିଟରେ ମୋର ନାଁ ମଧ୍ୟ ନାହିଁ । ମୋ ବିରୁଦ୍ଧରେ ଖେଳାଯାଉଥିବା ସମସ୍ତ ଖବର ମିଥ୍ୟା ଅଟେ । ହାଇକୋର୍ଟ ଗତ ୧୩-୧୫ ମାସ ଧରି ତାଙ୍କୁ ସୁରକ୍ଷା ଦେଇଥିଲେ । ଏବେ କୋର୍ଟ ପକ୍ଷରୁ ମୋର ଆଗୁଆ ଜାମିନ ଖାରଜ ହୋଇଛି । କିନ୍ତୁ ମୁଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି । ଏହା ସହିତ ଫେରାର ଥିବା ଅଭିଯୋଗକୁ ଖଣ୍ଡନ କରି ସେ କହିଛନ୍ତି, ଆଇନକୁ ସମ୍ମୁଖୀନ ହେବାକୁ ମୁଁ ପ୍ରସ୍ତୁତ ଅଛି । ମୁଁ ଆଇଏନଏକ୍ସ ମିଡିଆ ଦୁର୍ନୀତିର ଅଭିଯୁକ୍ତ ନୁହେଁ । ମୋ ପରିବାରର କୌଣସି ବି ସଦସ୍ୟ ଏବେ ସୁଦ୍ଧା ଅଭିଯୁକ୍ତ ପ୍ରମାଣିତ ହୋଇନାହାନ୍ତି ବୋଲି ଚିଦାମ୍ବରମ୍‌ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ, ଅଭିଷେକ ମନୁସିଂଘଭୀ ଏବଂ ସଲମାନ ଖୁର୍ସିଦ ଉପସ୍ଥିତ ଥିଲେ ।

ABOUT THE AUTHOR

...view details