ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ ଶନିବାର କେନ୍ଦ୍ର ସରକାରଙ୍କୁ ପୂର୍ବ ଲଦାଖ ଗଲଓ୍ବାନ ସଂଘର୍ଷ ବାବଦରେ ପ୍ରଶ୍ନ କରିଛନ୍ତି । ଲଦାଖରେ ଚୀନ ସହ ହୋଇଥିବା ଅବରୋଧ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିବୃତ୍ତି ଉପରେ ପ୍ରଶ୍ନ କରିଛନ୍ତି ଚିଦାମ୍ବରମ । କଣ ପ୍ରଧାନମନ୍ତ୍ରୀ ଚୀନକୁ କ୍ଲିନଚିଟ୍ ଦେଇଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା । ସେ ଟ୍ବିଟ୍ କରି କହିଛନ୍ତି, ‘ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତୀୟ ସୀମାରେ କୌଣସି ବିଦେଶୀ ନାହାଁନ୍ତି । ଯଦି ଏହା ସତ ତେବେ 5-6 ମେ’ ରେ କଣ ଘଟିଲା ? କିଛି ଦିନ ତଳେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ବିବାଦ କାହିଁକି ହେଲା ? ଭାରତ ନିଜର 20 ଯବାନ କାହିଁକି ହରାଇଲା ?
କ'ଣ ଚୀନକୁ କ୍ଲିନ ଚିଟ ଦେଇଦେଲେ ପ୍ରଧାନମନ୍ତ୍ରୀ: ଚିଦାମ୍ବରମ - ଚିଦାମ୍ବରମ୍
କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ ଶନିବାର ସରକାରଙ୍କୁ ଲଦାଖ ବାବଦରେ ପ୍ରଶ୍ନ କରିଛନ୍ତି । ଲଦାଖରେ ଚୀନ ସହ ହୋଇଥିବା ଅବରୋଧ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିବୃତ୍ତି ଉପରେ ପ୍ରଶ୍ନ କରିଛନ୍ତି ଚିଦାମ୍ବରମ ।
ସେ ଏହା ମଧ୍ୟ ପଚାରିଛନ୍ତି ଯେ, ଯଦି ଚୀନ ସେନା ଦ୍ବାରା କୌଣସି ଅନୁପ୍ରବେଶ ହୋଇନାହିଁ ତେବେ ଜୁନ 6 ରେ କୋର୍ କମାଣ୍ଡର ସ୍ତରର ବୈଠକ କାହିଁକି ହୋଇଥିଲା ? କଣ ପାଣିପାଗ ବିଷୟରେ ଏହି ବୈଠକ ଥିଲା କି । ଯଦି ଚୀନ ଯବାନ LAC ଅତିକ୍ରମ କରି ନାହିଁ ତେବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ବିବୃତ୍ତିରେ ପୂର୍ବ ସ୍ଥିତାବସ୍ଥା ବଜାୟ ପାଇଁ କାହିଁକି ଆଲୋଚନା ହୋଇଥିଲା ?
ପ୍ରକାଶଥାଉକି, ଶୁକ୍ରବାର ଭାରତ-ଚୀନ ସଂଘର୍ଷ ନେଇ ଶୁକ୍ରବାର କରଯାଇଥିବା ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ କି ଚୀନ ଅନୁପ୍ରବେଶ କରିନାହିଁ । କିନ୍ତୁ ଚୀନ ଯାହା ବି କରିଛି ସେଥିପାଇଁ ସମଗ୍ର ବିଶ୍ବ ଆହତ ।