କୋଭିଡ 19 ମୁକାବିଲାରେ ଅକ୍ସିଜେନ୍ କ୍ଷମତା ଓ ସଙ୍କଟ
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଅନୁସାରେ ଅତ୍ୟଧିକ ଗୁରୁତର ଅବସ୍ଥାରେ ପ୍ରାୟ 15 ପ୍ରତିଶତ ଆକ୍ରାନ୍ତ ଅକ୍ସିଜେନ୍ ଆବଶ୍ୟକ କରନ୍ତି । 5 ପ୍ରତିଶତ ଭେଣ୍ଟିଲେଟରରେ ଚିକିତ୍ସିତ ହୁଅନ୍ତି । ବାକି ଆକ୍ରାନ୍ତଙ୍କୁ ଉଭୟ ବ୍ୟବସ୍ଥାର ଆବଶ୍ୟକ ନାହିଁ । ଅଧିକ ପଢନ୍ତୁ...
ହାଇଦ୍ରାବାଦ: କୋଭିଡ 19 ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ୍ ସଞ୍ଜୀବନି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହା ବିନା ସେମାନଙ୍କ ବଞ୍ଚିବା ଏବଂ ଚିକିତ୍ସା କରିବା ଅସମ୍ଭବ । ଦିନକୁ ଦିନ ପରିସ୍ଥିତି ଏତେ ମାତ୍ରାରେ ବିଗିଡିଯାଏ ଯେ ଅକ୍ସିଜେନ୍ ବିନା ଗୋଟିଏ ବି ମୂହୂର୍ତ୍ତ ବଞ୍ଚିବା ସେମାନଙ୍କୁ ଜୀବନ ଚାଲିଯିବା ପରି ଲାଗେ । ସମସ୍ତ ଦେଶରେ କୋରୋନା ଚିକିତ୍ସାରେ ଏହାକୁ ଗୁରୁତ୍ବ ଦିଆଯାଉଛି । ଭାରତରେ ଏହାର ଉପଲବ୍ଧି ଉପରେ ଆସନ୍ତୁ ପକାଇବା ଏକ ନଜର ।
ଏହା ଦେଶ ପାଇଁ ଏକ ସମସ୍ୟା ହୋଇଛି କହିଲେ ଭୁଲ ହେବ ନାହିଁ । କାରଣ ବହୁତ ସମୟରେ ଅନେକ ହସ୍ପିଟାଲରେ ଏହାର ଅଭାବ ଦେଖାଦେଇଥାଏ । ଘରୋଇ ହସ୍ପିଟାଲରେ ବେଶୀ ଏହି ସମସ୍ୟା ଏବେ ଦେଖାଦେଇଛି । କାରଣ ସେମାନଙ୍କ ପାଖରେ ବିପୁଳ ମାତ୍ରାରେ ଏହି ବ୍ୟବସ୍ଥା ନାହିଁ । ସେପଟେ କୋଭିଡ ହସ୍ପିଟାଲ ଭାବେ ସରକାର ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେବା ପରେ ଅକ୍ସିଜେନ୍ ସମସ୍ତଙ୍କୁ ଯୋଗାଇବା କଷ୍ଟକର ହୋଇପଡେ । ଆବଶ୍ୟକ ଅନୁସାରେ ଅକ୍ସିଜେନ୍ ଯୋଗାଇବା ଏବେ ପ୍ରମୁଖ ସମସ୍ୟା । କୋରୋନା ଯୋଗୁଁ ଆକ୍ରାନ୍ତଙ୍କ ଅବସ୍ଥା ଗୁରୁତର ହେଲେ ସେମାନେ ଭେଣ୍ଟିଲେଟର ବ୍ୟବହାର କରନ୍ତି । ହେଲେ ଅକ୍ସିଜେନ୍ ଦେଇ ସେମାନଙ୍କୁ ଏପରି ଅବସ୍ଥାରୁ ରକ୍ଷା କରାଯାଏ ।
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଅନୁସାରେ ଅତ୍ୟଧିକ ଗୁରୁତର ଅବସ୍ଥାରେ ପ୍ରାୟ 15 ପ୍ରତିଶତ ଆକ୍ରାନ୍ତ ଅକ୍ସିଜେନ୍ ଆବଶ୍ୟକ କରନ୍ତି । 5 ପ୍ରତିଶତ ଭେଣ୍ଟିଲେଟରରେ ଚିକିତ୍ସିତ ହୁଅନ୍ତି । ବାକି ଆକ୍ରାନ୍ତଙ୍କୁ ଉଭୟ ବ୍ୟବସ୍ଥାର ଆବଶ୍ୟକ ନାହିଁ । ଏକ ଆକଳନ ଅନୁସାରେ 200 ବେଡ୍ ଥିବା ହସ୍ପିଟାଲ ଯାହା ଅକ୍ସିଜେନ୍ ସିଲିଣ୍ଡର ଉପରେ ନିର୍ଭର କରେ, ଦିନକୁ ପ୍ରାୟ 90ଟି ଜୁମ୍ବୋ ସିଲିଣ୍ଡର ଆବଶ୍ୟକ କରେ ଏବଂ ବାକି 90ଟି ବ୍ୟାକଅପ୍ ପାଇଁ ଦରକାର ହୁଏ । ପ୍ରତି ସିଲିଣ୍ଡରରେ ପ୍ରାୟ 7.25 କ୍ୟୁବିକ୍ ମିଟର ଅଫ୍ ଅକ୍ସିଜେନ୍ ରହିଥାଏ ।
ଏହାର ଯୋଗାଣ ନେଇ ଭାରତ ସରକାର ଏକ ନିର୍ଦ୍ଦିଷ୍ଟ ଓ କଡା ଗାଇଡଲାଇନ୍ ସ୍ଥିର କରିଛନ୍ତି । ଏହା ଅନୁସାରେ ସିଲିଣ୍ଡରର କାର୍ଯ୍ୟକାରିତା, ଯୋଗାଣ, ବ୍ୟବହାର, ପରିମାଣ, ଭର୍ତ୍ତି କରିବା, ଲୋଡ୍ କରିବା ପ୍ରଭୃତିରେ ଯେପରି ବିଳମ୍ବ ନହୁଏ ଏବଂ ଏହାକୁ ଯୋଗାଇବାରେ ଯେପରି କୌଣସି ସମସ୍ୟା ନଆସେ ସେଥିପ୍ରତି ଦୃଷ୍ଟି ରଖାଯାଇଛି । ସମସ୍ତ ହସ୍ପିଟାଲ ଏବଂ ଘରୋଇ କ୍ଲିନିକର ଡାକ୍ତର, ନର୍ସ, ଷ୍ଟାଫଙ୍କୁ ଅକ୍ସିଜେନ୍ ସରିବା ମାତ୍ରେ ସୂଚନା ଦେବା ପାଇଁ ନିର୍ଦ୍ଦେଶ ରହିଛି । ଏହାର ବ୍ୟବହାର ଏବଂ ପରିମାଣ ଉପରେ 24 ଘଣ୍ଟା ନଜର ରଖିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।
ଗୋଟିଏ ଅକ୍ସିଜେନ୍ ବେଡ୍ ପାଇଁ ତିନୋଟି ଜିନିଷ ମଧ୍ୟରୁ ଯେକୌଣସି ଗୋଟିଏ ଦରକାର । ସେଗୁଡିକ ହେଲା ଗୋଟିଏ ଅକ୍ସିଜେନ୍ ସପ୍ଲାଏ ପାଇପ, ଏକ ଅକ୍ସିଜେନ୍ କନସେନଟ୍ରେଟର ଏବଂ ଗୋଟିଏ ଅକ୍ସିଜେନ୍ ସିଲିଣ୍ଡର । ଆକ୍ରାନ୍ତଙ୍କୁ ଏହାର ଆବଶ୍ୟକତା ଅନୁସାରେ ଏବଂ ସିଲିଣ୍ଡରର ମହଜୁଦ୍, ବ୍ୟବସ୍ଥା ଦେଖି ଗୋଟିଏ ଅକ୍ସିଜେନ୍ ବେଡର ଦାମ ହଜାରରୁ ଲକ୍ଷେ ଭିତରେ ପଡିଥାଏ । ଗୋଟିଏ ସିଲିଣ୍ଡରର ଦାମ୍ 7000ରୁ 8000 ଭିତରେ ପଡିଥାଏ । ଏତେ ଦାମରେ ଗ୍ରାମାଞ୍ଚଳରେ ତଥା ସ୍ବାସ୍ଥ୍ୟ ସୁବିଧା ନଥିବା ଅଞ୍ଚଳରେ ଅକ୍ସିଜେନ୍ ଯୋଗାଇବା ଅସମ୍ଭବ ହୋଇପଡିଛି । ସେହିପରି ଅକ୍ସିଜେନ୍ କନସେନଟ୍ରେଟରର ଦାମ୍ 1ରୁ 3 ଲକ୍ଷ ଭିତରେ ପଡିଥାଏ ।
ଭାରତରେ ଅକ୍ସିଜେନ୍ ଅପେକ୍ଷା ଭେଣ୍ଟିଲେଟରରେ ଅଧିକ ସମସ୍ୟା ରହିଛି । ଅକ୍ସିଜେନ୍ ସିଲିଣ୍ଡର ଆବଶ୍ୟକତା ଅନୁସାରେ ପୂରଣ ହୋଇପାରୁଛି । ଯଦିଚ ଦେଶରେ ଅକ୍ସିଜେନ୍ ସାହାଯ୍ୟରେ ଅଧିକ ଆକ୍ରାନ୍ତ ରହିଛନ୍ତି ତେବେ ଭେଣ୍ଟିଲେଟରରେ ସମସ୍ତଙ୍କୁ ରଖାଯିବାର ପ୍ରୟାସ ରହିଛି । ପରିସ୍ଥିତି ଗୁରୁତର ହେଲେ ସେମାନଙ୍କୁ ଅକ୍ସିଜେନ୍ ଦିଆଯାଉଛି ଏବଂ ଅବସ୍ଥା ସୁଧୁରିଲେ ଖୁବଶିଘ୍ର ଭେଣ୍ଟିଲେଟରରେ ତାଙ୍କୁ ସିଫ୍ଟ କରାଯାଉଛି । କାରଣ ଅକ୍ସିଜେନ୍ ସିଲିଣ୍ଡରର ଦାମ୍ ଓ ଯୋଗାଣ ଅନୁସାରେ ଏହାକୁ ସମସ୍ତଙ୍କୁ ଯୋଗାଇବା ଅସମ୍ଭବ । ତେବେ ଭେଣ୍ଟିଲେଟର ଉପରେ ଅତ୍ୟଧିକ ନିର୍ଭର ଦ୍ବାରା ଏବେ ଏହାର ଯୋଗାଣରେ ଅସୁବିଧା ଦେଖାଦେଇଛି । ମେ 1 ସୁଦ୍ଧା ଭାରତ ପାଖରେ 19 ହଜାର ଉପରେ ଭେଣ୍ଟିଲେଟର ଥିଲା ଯେବେକି ଏହାକୁ 75 ହଜାର ଆବଶ୍ୟକ ଥିଲା । ଏହାପରେ ସରକାରଙ୍କ ପକ୍ଷରୁ 60 ହଜାରରୁ ଅଧିକ ଅକ୍ସିଜେନ୍ ଅର୍ଡର କରାଯାଇଥିଲା ।
ଦେଶରେ 5ଟି ବଡ ଓ 600ଟି ଛୋଟ ଅକ୍ସିଜେନ୍ ତିଆରି କମ୍ପାନୀ ରହିଛି । ଯେବେକି 409 ହସ୍ପିଟାଲ ନିଜେ ଏହା ତିଆରି କରିବାର କ୍ଷମତା ରଖିଛନ୍ତି । ଘରୋଇ ଉତ୍ପାଦନକାରୀ କମ୍ପାନୀ ବିଇଏଲ, ସ୍କାନରେ, ମାରୁତି ସୁଜୁକୀ, ଆଗଭା ପ୍ରଭୃତି ସରକାରଙ୍କୁ ଅକ୍ସିଜେନ୍ ଯୋଗାଣରେ ସାହାଯ୍ୟ କରିଛନ୍ତି । ମେ 1 ସୁଦ୍ଧା ଭାରତ ପାଖରେ 4.38 ଲକ୍ଷ ମେଡିକାଲ ଅକ୍ସିଜେନ୍ ସିଲିଣ୍ଡର ଉପଲବ୍ଧ ଥିଲା । ଏକ ଲକ୍ଷ 3 ହଜାର ଅଧିକ ସିଲିଣ୍ଡର ଅର୍ଡର କରାଯାଇଥିଲା । ସେହିପରି 60 ହଜାର ଇଣ୍ଡଷ୍ଟ୍ରିଆଲ ସିଲିଣ୍ଡରକୁ ମେଡିକାଲ ସିଲିଣ୍ଡରରେ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଥିଲା । ଜୁନ୍ 28ରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ 1055 କୋଭିଡ ହସ୍ପିଟାଲରେ 78 ହଜାର 60 ଅକ୍ସିଜେନ୍ ସପୋର୍ଟ ବେଡ୍ ମହଜୁଦ୍ ରହିଛି । 2400 କୋଭିଡ ହେଲଥ୍ ସେଣ୍ଟରରେ 51 ହଜାର 371 ଅକ୍ସିଜେନ୍ ସପୋର୍ଟ ବେଡ୍ ଉପଲବ୍ଧ ଅଛି ।
ବିଭିନ୍ନ ଉପାୟରେ ଅକ୍ସିଜେନ୍ ସିଲିଣ୍ଡରରେ ଗ୍ୟାସ ଭର୍ତ୍ତି କରାଯାଏ । ଅକ୍ସିଜେନ୍ କନସେନଟ୍ରେଟର୍ସ ଦ୍ବାରା ଅଥବା ଗ୍ୟାସ ପ୍ଲାଣ୍ଟରେ ଏହି ଅକ୍ସିଜେନ୍ ସୃଷ୍ଟି କରି ଭର୍ତ୍ତି କରାଯାଇଥାଏ । ଏକ ବଡ ଟ୍ୟାଙ୍କରେ ଏହାକୁ ପ୍ରଥମେ ଭର୍ତ୍ତି କରାଯାଇ ପରେ ଛୋଟ ଛୋଟ ଅନେକ ପାଇପଲାଇନ ଦ୍ବାରା ଆକ୍ରାନ୍ତଙ୍କ ପାଖରେ ପହଞ୍ଚାଯାଇଥାଏ । ପାଇପ ଦ୍ବାରା ଯୋଗାଯାଉଥିବା ଅକ୍ସିଜେନ୍ ଅଧିକ ସୁରକ୍ଷିତ ଏବଂ ଏଥିରେ କୌଣସି ପ୍ରକାର ସମସ୍ୟା ଦେଖାଯାଇନଥାଏ । ହେଲେ ଦେଶରେ ଅନେକ ଛୋଟ ସହରରେ ଥିବା ହସ୍ପିଟାଲ, କ୍ଲିନିକ୍ ସିଲିଣ୍ଡର ଉପରେ ନିର୍ଭରଶୀଳ ହୋଇଥାନ୍ତି । ଏକ ରିପୋର୍ଟ ଅନୁସାରେ ଦେଶରେ ପ୍ରାୟ 15ରୁ 20 ପ୍ରତିଶତ ଗ୍ୟାସ୍ ମେଡିକାଲ କ୍ଷେତ୍ର ପାଇଁ ତିଆରି ହୋଇଥାଏ ଯେବେକି ବାକି ଉତ୍ପାଦନ ଅନ୍ୟ କ୍ଷେତ୍ରର କାମରେ ଲାଗିଥାଏ ।
ବିଭିନ୍ନ ସହରରେ ଏହି ସମୟରେ ଅକ୍ସିଜେନ୍ ଅଭାବ ସମ୍ପର୍କରେ ଖବର ଶୁଣିବାକୁ ମିଳିଛି । ବିହାରର ପାଟନା, ନାଗାଲାଣ୍ଡ ପ୍ରଭୃତି ଜାଗାରେ ଏହି ଘଟଣା ଦେଖାଯାଇଛି । ପରିସ୍ଥିତି ମୁକାବିଲା ପାଇଁ କେନ୍ଦ୍ର ସରକାର ଅକ୍ସିଜେନ୍ କ୍ଷମତା ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି । ଅଧିକ ପାଇପ ଦ୍ବାରା ଯୋଗାଇବା ପାଇଁ ଘରୋଇ କ୍ଲିନିକକୁ ନିର୍ଦ୍ଦେଶ ଦିଆଯାଇଛି । 3ଟି ହସ୍ପିଟାଲର ବେଡରେ ଅକ୍ସିଜେନ୍ ସପ୍ଲାଏ ପାଇଁ ଘରୋଇ ସଂସ୍ଥାଠାରୁ ଟେଣ୍ଡର ଆହ୍ବାନ କରିଛନ୍ତି ତେଲେଙ୍ଗାନା ସରକାର । ଚଳିତ ବର୍ଷ ଏପ୍ରିଲ 7ରେ ଭାରତୀୟ ଡ୍ରଗ୍ସ କଣ୍ଟ୍ରୋଲର ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିରେ ଇଣ୍ଡଷ୍ଟ୍ରିଆଲ ସେକ୍ଟରଙ୍କୁ ମେଡିକାଲ ପାଇଁ ଅକ୍ସିଜେନ୍ ତିଆରି କରିବାକୁ ଅନୁମତି ମିଳିଛି । କୋଭିଡ 19କୁ ମୁକାବିଲା କରିବା ପାଇଁ ଡ୍ରଗ୍ସ ଆଣ୍ଡ କସମେଟିକ୍ସ ଆକ୍ଟ 1940 ଅନୁସାରେ ବିଜ୍ଞପ୍ତି ପ୍ରକାଶ ପାଇବାର 24 ଘଣ୍ଟା ମଧ୍ୟରେ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ରହିଥିଲା ।