ନୂଆଦିଲ୍ଲୀ:ସାରାବିଶ୍ବକୁ ନିଜ କାୟାରେ କବଳିତ କରିଛି ମହାମାରୀ କୋରୋନା। ନିସ୍ତାର ପାଇଁ ସମସ୍ତେ ତ୍ରାହି ତ୍ରାହି ଡାକିଲେଣି। 2020ର ପ୍ରତ୍ୟେକ ଦିନ ଭାଇରସ ସହ ଓ ଏହାର ଚର୍ଚ୍ଚାରେ ହିଁ ବିତୁଛି। ଏହି ସମୟରେ ଭ୍ୟାକ୍ସିନ ପ୍ରସ୍ତୁତିରେ ସବୁ ଦେଶ ନିଜ କଳ, ବଳ ଓ କୌଶଳ ଲଗାଇ ଦେଇଛନ୍ତି।
1000 ଟଙ୍କାରେ ମିଳିବ ଅକ୍ସଫୋର୍ଡର କୋରୋନା ଭ୍ୟାକ୍ସିନ - Oxford's Corona vaccine
ମହାମାରୀ ସହ ଲଢେଇ ଜାରି ରହିଥିବା ବେଳେ ଅକ୍ସଫୋର୍ଡ ଆଣିଲା ଖୁସି ଖବର। ଏହି ବିଶ୍ବବିଦ୍ୟାଳୟର କୋରୋନା ଟୀକା ପରୀକ୍ଷଣର ଫଳାଫଳ ସନ୍ତୋଷଜନକ ରହିଥିବା ବେଳେ ଏବେ ଏହାର ଭାରତୀୟ ବଜାର ମୂଲ୍ୟ ପ୍ରକାଶ ପାଇଛି। ଭାରତରେ ଏହାକୁ 1000 ଟଙ୍କା ବା ଏହାଠୁ କମ ମୂଲ୍ୟରେ ବିକ୍ରି କରାଯିବ ବୋଲି ସୂଚନା ମିିଳିଛି। ଅଧିକ ଖବର ପଢନ୍ତୁ...
![1000 ଟଙ୍କାରେ ମିଳିବ ଅକ୍ସଫୋର୍ଡର କୋରୋନା ଭ୍ୟାକ୍ସିନ ଭାରତରେ 1000 ଟଙ୍କାରେ ମିଳିବ ଅକ୍ସଫୋର୍ଡର କୋରୋନା ଭ୍ୟାକ୍ସିନ](https://etvbharatimages.akamaized.net/etvbharat/prod-images/768-512-8121584-699-8121584-1595385627799.jpg)
ତେବେ କେବେ ଏହି ମହାମାରୀ ନିପାତ ପାଇଁ ମହୋଷୌଧୀ ଆସିବ ତାହା ଜଣାପଡିନଥିଲା ବେଳେ ରେସରେ ଅଛନ୍ତି ବଡ ବଡ ଔଷଧ ନିର୍ମାତା କମ୍ପାନୀ। ଏଭଳି ପରିସ୍ଥିତିରେ ସମଗ୍ର ବିଶ୍ୱର ଆଖି କୋରୋନା ମହାମାରୀକୁ ରୋକିବା ପାଇଁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଟୀକା ଉପରେ ଧ୍ୟାନ ରହିଛି । ଏହି ଟୀକାର ମାନବ ପରୀକ୍ଷା ସରିଛି ଏବଂ ଭଲ ଫଳାଫଳ ବାହାରିଛି । ତେବେ ଏହି ଭ୍ୟାକ୍ସିନର ହ୍ୟୁମାନ ଟ୍ରାୟଲ ସରିଥିବା ବେଳେ ଅକ୍ସଫୋର୍ଡ ୟୁନିଭରସିଟି ଟୀକା ମଧ୍ୟ ଭାରତରେ ଉତ୍ପାଦିତ ହେବ। ତେବେ ଏହି ଟୀକାର ଦାମ ଭାରତୀୟ ବଜାରରେ 1000 ଟଙ୍କାରେ ବିକ୍ରି କରାଯିବ।
ତେବେ ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱ କୋଭିଡଙ୍କ ସହ ସଂଘର୍ଷ କରୁଥିବାରୁ ଏହାର ମୂଲ୍ୟ ସର୍ବନିମ୍ନ ସ୍ତରରେ ରଖାଯିବ। ଏଥିରେ କୌଣସି ଲାଭ ଆଶା ରଖାଯିବ ନାହିଁ। ତେଣୁ ଭାରତରେ ଏହାର ମୂଲ୍ୟ ପ୍ରାୟ 1000 ଟଙ୍କା କିମ୍ବା ତା’ଠାରୁ କମ୍ ହୋଇପାରେ ବୋଲି ଅକ୍ସଫୋର୍ଡର ନିର୍ଦ୍ଦେଶକ ଆଣ୍ଡ୍ରିୟୁ ପୋର୍ଲାଡ କହିଛନ୍ତି । ସେ କହିଛନ୍ତି ଯେ ସମଗ୍ର ବିଶ୍ୱ କୋରୋନା ସଙ୍କଟ ଦେଇ ଗତି କରୁଛି। ତେଣୁ ଟୀକା ପାଇଁ ଚାହିଦା ବହୁତ ଅଧିକ ହେବ । ଏଭଳି ପରିସ୍ଥିତିରେ ଏହାର ଉତ୍ପାଦନ ଏବଂ ବଣ୍ଟନ ପାଇଁ ଆମକୁ ସରକାରୀ ଯନ୍ତ୍ରପାତି ଆବଶ୍ୟକ ହେବ। ଏହାସହ ଡିସେମ୍ବର ସୁଦ୍ଧା ଆମେ କୋଭିଶିଲ୍ଡର 300-400 ନିୟୁତ ଡୋଜ ତିଆରି କରିବାରେ ସକ୍ଷମ ହେବୁ ବୋଲି ସେ କହିଛନ୍ତି।