ଓଡିଶା

odisha

ETV Bharat / bharat

ଗୁରୁତର ବ୍ୟକ୍ତିଙ୍କୁ ସାହାଯ୍ୟ କରି ଚାକିରିରୁ ତଡା ଖାଇଲେ ଚାଳକ - Owner fired truck driver from job

ଲୋପ ପାଉଛି ମାନବିକତା । ଗୁରୁତର ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରିବା ଟ୍ରକ ଚାଳକଙ୍କୁ ପଡିଲା ମହଙ୍ଗା । ଚାକିରିରୁ ବାହର କରିଦେଲେ ଚାଳକଙ୍କ ମାଲିକ । ଉକ୍ତ ଚାଳକଙ୍କୁ ନିଯୁକ୍ତି ଦେବାକୁ ପ୍ରଶାସନ ନିକଟରେ ଦାବି କଲା ପଞ୍ଚାୟତ ।

ଗୁରୁତର ବ୍ୟକ୍ତିଙ୍କୁ ସହାର୍ଯ୍ୟ କରିବାରୁ ଚାଳକଙ୍କୁ ଚାକିରୀରୁ ବାହାର କଲେ ମାଲିକ
ଗୁରୁତର ବ୍ୟକ୍ତିଙ୍କୁ ସହାର୍ଯ୍ୟ କରିବାରୁ ଚାଳକଙ୍କୁ ଚାକିରୀରୁ ବାହାର କଲେ ମାଲିକ

By

Published : Sep 28, 2020, 7:25 AM IST

ରାୟପୁର: ଅନ୍ୟକୁ ସାହାଯ୍ୟ କରିବା ପଡିଲା ମହଙ୍ଗା । ଛତିଶଗଡ ବିଳାସପୁରରେ 15 ତାରିଖ କନ୍ଦରୌର ନିକଟରେ ଜଣେ ଗୁରୁତର ଅଟୋ ଚାଳକଙ୍କୁ ସାହାର୍ଯ୍ୟ କରିଥିବା ଟ୍ରକ ଚାଳକଙ୍କୁ ନିଜ ଚାକିରିରୁ ହାତ ଧୋଇବାକୁ ପଡିଲା । ସଂପୃକ୍ତ ଟ୍ରକ ଚାଳକଙ୍କ ମାଲିକ ତାଙ୍କୁ ଚାକିରିରୁ ବାହାର କରିଛନ୍ତି । ଟ୍ରକ ଚାଳକଙ୍କ ନାମ ଦେବେନ୍ଦ୍ର ସିଂହ । ତେବେ ଦେବେନ୍ଦ୍ର ସିଂହଙ୍କୁ ଏହି ସାହାର୍ଯ୍ୟ ପାଇଁ ପୂର୍ବରୁ ତାଙ୍କୁ ଜିଲ୍ଲା ପ୍ରଶାସନ 5 ହଜାର ପୁରସ୍କାର ରାଶି ସହ ସମ୍ମାନିତ କରିଥିଲେ ।

ଡଗାର ଗ୍ରାମ ପଞ୍ଚାୟତ ପଟ୍ଟା ଗାଁରେ ଦେବେନ୍ଦ୍ରଙ୍କ ଘର । କିଛିଦିନ ପୂର୍ବରୁ ସେ ଦାଡଲାଘାଟରେ ଏକ ଘରୋଇ ଟ୍ରକରେ ଡ୍ରାଇଭର ଭାବେ କାମ କରୁଥିଲେ । 15ସେପ୍ଟେମ୍ବର ଦିନ ସେ ଟ୍ରକ ନେଇ ଦାଡଲାଘାଟରୁ ଆଲମପୁର କାଙ୍ଗଡା ଯାଉଥିଲେ । ରାସ୍ତାରେ ସେ ଦେଖିଲେ କି ଜଣେ ଅଟୋ ଚାଳକ ଗୁରୁତର ଅବସ୍ଥାରେ ତାଙ୍କୁ ସାହାର୍ଯ୍ୟ ମାଗୁଛି । ତେଣୁ ସେ ଜଣେ ଦାୟିତ୍ବବାନ ନାଗରିକ ରୂପେ ଉକ୍ତ ଚାଳକଙ୍କୁ ସାହାର୍ଯ୍ୟ କରିଥିଲେ । ହେଲେ ଏସବୁ ସତ୍ତ୍ବେ ବି ଦେବେନ୍ଦ୍ର ଅଟୋ ଚାଳକକୁ ବଞ୍ଚାଇ ପାରି ନଥିଲେ । ତେବେ ଅଟୋ ଚାଳକଙ୍କ ହତ୍ୟାରେ ସଂପୃକ୍ତ 4 ଜଣ ଅଭିଯୁକ୍ତଙ୍କୁ 8 ଘଣ୍ଟା ମଧ୍ୟରେ ପୋଲିସ ଗିରଫ କରିଥିବା ଦେବେନ୍ଦ୍ର କହିଛନ୍ତି ।

ଏହାପରେ 16 ସେପ୍ଟେମ୍ବର ଦିନ ଟ୍ରକ ମାଲିକ ଅନ୍ୟ ଏକ ଚାଳକଙ୍କ ସହ କଦରୌର ପହଁଚିଥିଲେ । ତାଙ୍କ ନାଁ ଖରାପ କରିଥିବାରୁ ସେ ଦେବେନ୍ଦ୍ରଙ୍କୁ ଚାକିରିରୁ ବାହାର କରିଦେଇଛନ୍ତି ବୋଲି ମାଲିକ ଜଣକ କହିଥିଲେ । ହେଲେ କିଛିଦିନ ପୂର୍ବରୁ ଏସପି ଦିବାକାର ଶର୍ମା ଦେବେନ୍ଦ୍ରଙ୍କୁ ଏକ ପ୍ରଶଂସା ପତ୍ର ସହ 5 ହଜାର ଟଙ୍କା ଦେଇ ତାଙ୍କର ଏହି ମହାନ କାର୍ଯ୍ୟ ପାଇଁ ତାଙ୍କୁ ସମ୍ମାନିତ କରିଥିଲେ ।

ତେବେ ଏହି ଘଟଣାରେ ଡଗାର ଗ୍ରାମ ପାଞ୍ଚାୟତର ମୁଖିଆ ରାଜୋ ଦେବୀ ଓ ଉପ ମୁଖିଆ ଦୀପଚନ୍ଦ ପଞ୍ଚାୟତରେ ଏକ ପ୍ରସ୍ତାବ ପାରିତ କରି ଦେବେନ୍ଦ୍ର ସିଂହକୁ ସମ୍ମାନିତ କରିବା ସହ ନିଯୁକ୍ତି ଦେବାକୁ ସରକାର ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details