ନୂଆଦିଲ୍ଲୀ: ଲୋକସଭାରେ ଆଗତ ହେଲା ନାଗରିକ ସଂଶୋଧନ ବିଲ୍ । ବିରୋଧି ଦଳଙ୍କ ହଟ୍ଟଗୋଳ ପରେ ମଧ୍ୟ ଏହି ବିଲ୍ ସପକ୍ଷରେ 293 ଥିବା ବେଳେ ବିପକ୍ଷରେ 82ଜଣ । ଅଳ୍ପସଂଖ୍ୟକ ଏହି ବିଲ୍ ଦ୍ବାରା ପ୍ରଭାବିତ ହେବେ ବୋଲି କହିଥିବା ବେଳେ ଗୃହମନ୍ତ୍ରୀ ଅମିତ୍ ଶାହା କିନ୍ତୁ ଏହାର ଉତ୍ତର ଦେଇଥିଲେ ଓ ଅଳ୍ପସଂଖ୍ୟକଙ୍କ ବିରୋଧରେ ଏହା ନୁହେଁ ବୋଲି କହିଥିଲେ ।
ନାଗରିକ ସଂଶୋଧନ ବିଲକୁ ଓୱେସୀଙ୍କ ବିରୋଧ - ନାଗରିକ ସଂଶୋଧନ ବିଲକୁ ଓୱେସୀଙ୍କ ବିରୋଧ
ନାଗରିକ ସଂଶୋଧନ ବିଲକୁ ବିରୋଧୀଙ୍କ ବିରୋଧ । ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସୀ ଏହାକୁ ବିରୋଧ କରି ମୁସଲମାନ ମଧ୍ୟ ଏହି ଦେଶର ଗୋଟିଏ ଅଂଶ ବୋଲି କହିଛନ୍ତି ।
![ନାଗରିକ ସଂଶୋଧନ ବିଲକୁ ଓୱେସୀଙ୍କ ବିରୋଧ Owesi didn't support citizen amendment bill](https://etvbharatimages.akamaized.net/etvbharat/prod-images/768-512-5313263-thumbnail-3x2-lijpg-2.jpg)
ଅନ୍ୟପକ୍ଷେ ଏହି ବିଲକୁ ଏଆଇଏମଆଇଏମ ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସୀ ମଧ୍ୟ ଏହାକୁ ବିରୋଧ କରି ମୁସଲମାନ ମଧ୍ୟ ଏହି ଦେଶର ଗୋଟିଏ ଅଂଶ ବୋଲି କହିଛନ୍ତି । ଧର୍ମନିରପେକ୍ଷ ଏହି ଦେଶର ଆତ୍ମା ଓ ସମ୍ବିଧାନର ଧାରା 14 ଅନୁସାରେ, ସମସ୍ତଙ୍କୁ ସମାନତା ଦିଆଯାଇଛି ଓ କୌଣସି ଆଧାରରେ ବି ଭେଦଭାବ କରାଯିବା ଉଚିତ୍ ନୁହେଁ ।
ବିରୋଧିଙ୍କ ଆରୋପକୁ ନେଇ ଗୃହମନ୍ତ୍ରୀ ଅମିତ୍ ଶାହା କହିଥିଲେ କି, ଏହି ବିଲରେ କେଉଁଠି ବି ମୁସଲମାନଙ୍କ ନାମ ନିଆଯାଇନାହିଁ । ବିରୋଧୀ ଏହି କଥାକୁ ବୁଲେଇ ବଙ୍କେଇ ଉପସ୍ଥାପନା କରୁଛନ୍ତି ବୋଲି କହିଛନ୍ତି ଅମିତ୍ ଶାହା । ଏହି ବିଲ୍ 0.001ପ୍ରତିଶତ ଅଳ୍ପସଂଖ୍ୟକଙ୍କ ବିରୋଧରେ ବି ନୁହେଁ ବୋଲି କହିଛନ୍ତି ।