ନୂଆଦିଲ୍ଲୀ: ଦୀର୍ଘ ଦଶକର ପ୍ରତୀକ୍ଷା ପରେ ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ ଲାଗି ଭୂମିପୂଜା କାର୍ଯ୍ୟ ସମ୍ପନ୍ନ ହୋଇଛି । ଏହି ଐତିହାସିକ ଅବସରରେ ରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ହେଲେ ଏହାକୁ ପସନ୍ଦ କରିନାହାନ୍ତି ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀ ।
'ପ୍ରଧାନମନ୍ତ୍ରୀଙ୍କ ଭୂମି ପୂଜା ଗଣତନ୍ତ୍ରର ପରାଜୟ ଓ ହିନ୍ଦୁତ୍ବର ବିଜୟ' - ରାମ ଜନ୍ମଭୂମି
ରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ହେଲେ ଏହାକୁ ପସନ୍ଦ କରିନାହାନ୍ତି ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀ । ଅଧିକ ପଢନ୍ତୁ...
!['ପ୍ରଧାନମନ୍ତ୍ରୀଙ୍କ ଭୂମି ପୂଜା ଗଣତନ୍ତ୍ରର ପରାଜୟ ଓ ହିନ୍ଦୁତ୍ବର ବିଜୟ' 'ପ୍ରଧାନମନ୍ତ୍ରୀଙ୍କ ଭୂମି ପୂଜା ଗଣତନ୍ତ୍ରର ପରାଜୟ ଓ ହିନ୍ଦୁତ୍ବର ବିଜୟ'](https://etvbharatimages.akamaized.net/etvbharat/prod-images/768-512-8306545-747-8306545-1596635571621.jpg)
'ପ୍ରଧାନମନ୍ତ୍ରୀଙ୍କ ଭୂମି ପୂଜା ଗଣତନ୍ତ୍ରର ପରାଜୟ ଓ ହିନ୍ଦୁତ୍ବର ବିଜୟ'
ଓଓ୍ବେସୀ ଅଭିଯୋଗ କରିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିରର ଶିଳାନ୍ୟାସ କରି ମୋଦି ନଜ ପ୍ରଧାନମନ୍ତ୍ରୀ ପଦ ପାଇଁ ନେଇଥିବା ଶପଥର ଉଲ୍ଲଂଘନ କରିଛନ୍ତି । ତେବେ ଓଓ୍ବେସିଙ୍କ ପ୍ରତିକ୍ରିୟା କେଉଁଠି ନା କେଉଁଠି ଭାଇଚାରା ମଧ୍ୟରେ ଫାଟ ସୃଷ୍ଟି କରିବା ପରି ଅନୁମାନ କରି ହେଉଛି ।
'ପ୍ରଧାନମନ୍ତ୍ରୀଙ୍କ ଭୂମି ପୂଜା ଗଣତନ୍ତ୍ରର ପରାଜୟ ଓ ହିନ୍ଦୁତ୍ବର ବିଜୟ'
ଓଓ୍ବେସୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର । ପ୍ରଧାନମନ୍ତ୍ରୀ ରାମ ମନ୍ଦିରର ଶିଳାନ୍ୟାସ ସମ୍ବିଧାନର ସପଥପାଠର ଉଲ୍ଲଙ୍ଘନ କରିଛନ୍ତି । ଏହା ଧର୍ମ ନିରପେକ୍ଷତା ଓ ଗଣତନ୍ତ୍ରର ପରାଜୟ ଏବଂ ହିନ୍ଦୁତ୍ବର ବିଜୟ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।