ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଗଠିତ ବହୁଜନ ସମାଜ ପାର୍ଟି (BSP) ଓ ରାଷ୍ଟ୍ରିୟ ଲୋକ ସମତା ପାର୍ଟି(RLSP) ସହ ଯୋଡି ହୋଇଛି ସାଂସଦ ଅସଦୁଦ୍ଦିନ ଓୱେସୀଙ୍କ ଦଳ AIMIM । ମଙ୍ଗଳବାର ଆରଏଲଏସପି ସଭାପତି ଉପେନ୍ଦ୍ର କୁଶୱାହ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆସନ୍ତା 3 ରୁ 4 ଦିନ ମଧ୍ୟରେ ଏହି ଗଠବନ୍ଧନ ବିଷୟରେ ମିଡିଆକୁ ସୂଚନା ଦିଆଯିବ ।
RLSP-BSP ଗଠବନ୍ଧନରେ ଯୋଡି ହେଲେ ଓୱେସୀ - Owaisi joins RLSP-BSP alliance
ବିହାର ବିଧାନସଭା ନିର୍ବାଚନ ପାଇଁ ଗଠିତ ବହୁଜନ ସମାଜ ପାର୍ଟି (BSP) ଓ ରାଷ୍ଟ୍ରିୟ ଲୋକ ସମତା ପାର୍ଟି(RLSP) ସହ ଯୋଡି ହୋଇଛି ସାଂସଦ ଅସଦୁଦ୍ଦିନ ଓୱେସୀଙ୍କ ଦଳ AIMIM ।
![RLSP-BSP ଗଠବନ୍ଧନରେ ଯୋଡି ହେଲେ ଓୱେସୀ RLSP-BSP](https://etvbharatimages.akamaized.net/etvbharat/prod-images/768-512-9067712-thumbnail-3x2-rlsp.jpg)
ଗତ ମାସରେ ଅସଦୁଦ୍ଦିନ ଓୱେସୀଙ୍କ ଦଳ ବିହାର ବିଧାନସଭା ନିର୍ବାଚନ ପାଇଁ ପୂର୍ବତନ ସାଂସଦ ଦେବେନ୍ଦ୍ର ଯାଦବଙ୍କ ଦଳ ସମାଜବାଦୀ ଜନତା ଦଳ (ଡେମୋକ୍ରାଟିକ୍ସ) ସହିତ ମିଶି ବିହାର ବିଧାନସଭା ନିର୍ବାଚନ ପାଇଁ ଏକ ମେଣ୍ଟ ଘୋଷଣା କରିଥିଲେ।
ଉପେନ୍ଦ୍ର କୁଶୱାହଙ୍କ ଏହି ଘୋଷଣା ପରେ ଅସଦୁଦ୍ଦିନ ଓୱେସୀଙ୍କ ଦଳ ଗଠବନ୍ଧନରେ ଯୋଗ ଦେଇଛନ୍ତି। ଏବେ ପ୍ରଶ୍ନ ଉଠୁଛି ଯେ ଦେବେନ୍ଦ୍ର ଯାଦବଙ୍କ ଦଳ ମଧ୍ୟ ଏହି ସହଯୋଗର ଏକ ଅଂଶ ହେବ କି । ପ୍ରକାଶଥାଉକି, ଗତ ସପ୍ତାହରେ ମହାଗଠବନ୍ଧନ ଠାରୁ ଅଲଗା ହେବା ପରେ ଉପେନ୍ଦ୍ର କୁଶୱାହ, ମାୟାବତୀଙ୍କ ବିଏସପି ସହ ମିଳିତ ଭାବରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଘୋଷଣା କରିଥିଲେ।