ହାଇଦ୍ରାବାଦ: ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଏକ ଆପତ୍ତିଜନକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବେଙ୍ଗାଲୁରୁରେ ହୋଇଥିବା ହିଂସାକୁ ନିନ୍ଦା କରିଛନ୍ତି । ଏନେଇ ସେ ଟ୍ବିଟରରେ ପୋଷ୍ଟ କରିଛନ୍ତି ।
ଓୱେସୀ ଟ୍ବିଟରରେ ଉଲ୍ଲେଖ କରିଛନ୍ତି, ‘ବେଙ୍ଗାଲୁରୁରେ ହୋଇଥିବା ହିଂସା ଏବଂ ଆପତ୍ତିଜନକ ସୋସିଆଲ ମିଡିଆ ପୋଷ୍ଟଗୁଡିକ ଅତ୍ୟନ୍ତ ନିନ୍ଦନୀୟ। ମୁଁ ସମସ୍ତଙ୍କୁ ହିଂସା ନ କରିବାକୁ ନିବେଦନ କରୁଛି। ଏହି ମାମଲାରେ ଖୁବଶୀଘ୍ର ଶାନ୍ତି ଫେରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।