ଥିରୁଅନନ୍ତପୁରମ: କେରଳର ଅଲାପୁଝାରେ ଦୁର୍ଘଟଣା । ଏକ କାର ଗୋଟିଏ ଦିନରେ 6 ଜଣଙ୍କ ଉପରେ ଚଢିଯିବା ଜଣାପଡିଛି । ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନାମୁତାବକ, ରାସ୍ତାରେ ଚାଲିଚାଲି ଆସୁଥିବା କିଛି ଛାତ୍ରୀଙ୍କ ଉପରେ ଏକ କାର ନିୟନ୍ତ୍ରଣ ହରାଇ ଚଢିଯାଇଥିଲା । ସେହିପରି ଉକ୍ତ କାରଟି ଆଉ ଜଣେ ଛାତ୍ରୀ ସାଇକେଲରେ ଆସୁଥିବାବେଳେ ତାଙ୍କୁ ମଧ୍ୟ ଧକ୍କା ଦେଇଥିଲା । ପଳରେ ଛାତ୍ରୀ ଜଣଙ୍କ ବହୁ ଦୂରକୁ ଛିଟିକି ହୋଇପଡିଥିଲେ ।