ଓଡିଶା

odisha

3.4 ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ 113 କୋଟି ଟଙ୍କା ପଠାଇଲେ ଯୋଗୀ ସରକାର

ରାଜ୍ୟର 19ଟି ବନ୍ୟା ପ୍ରଭାବିତ ଜିଲ୍ଲାର 3,48,511 ଚାଷୀଙ୍କ ଆକାଉଣ୍ଟରେ 113.21 କୋଟି ଟଙ୍କା ଜମା କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅଧିକ ପଢନ୍ତୁ...

By

Published : Oct 22, 2020, 7:00 PM IST

Published : Oct 22, 2020, 7:00 PM IST

3.4 ଚାଷୀଙ୍କ ଆକାଉଣ୍ଟକୁ 113 କୋଟି ଟଙ୍କା ପଠାଇଲେ ଯୋଗୀ ସରକାର
3.4 ଚାଷୀଙ୍କ ଆକାଉଣ୍ଟକୁ 113 କୋଟି ଟଙ୍କା ପଠାଇଲେ ଯୋଗୀ ସରକାର

ଲକ୍ଷ୍ନୌ: ରାଜ୍ୟର 19ଟି ବନ୍ୟା ପ୍ରଭାବିତ ଜିଲ୍ଲାର 3,48,511 ଚାଷୀଙ୍କ ଆକାଉଣ୍ଟରେ 113.21 କୋଟି ଟଙ୍କା ଜମା କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ବର୍ଷାରେ ନଷ୍ଟ ହୋଇଥିବା ଫସଲର କ୍ଷତିପୂରଣ ବାବଦକୁ ସେ କୃଷକମାନଙ୍କୁ ଅନଲାଇନ୍ ପେମେଣ୍ଟ ପ୍ରଦାନ କରିଛନ୍ତି ବୋଲି ଗୁରୁବାର ୟୁପି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ)ର ଏକ ସରକାରୀ ବିଜ୍ଞପ୍ତିରେ ପ୍ରକାଶ ପାଇଛି।

ଏକ ଭିଡିଓ କନଫରେନ୍ସିଂ ଜରିଆରେ ସେ କୃଷକମାନଙ୍କୁ ସମ୍ବୋଧିତ କରି କହିଛନ୍ତି, ‘ଯଦିଓ ତୁମର ପରିଶ୍ରମ ଏବଂ କ୍ଷତି ତୁଳନାରେ ଏହା ବହୁତ କମ୍ ପରିମାଣ ଅଟେ । କିନ୍ତୁ ଏହା ତୁମର ଆଗ୍ରହ ପ୍ରତି ଆମର ପ୍ରତିଶୃତିର ପ୍ରମାଣ ଅଟେ । ଏହା ଆମର କର୍ତ୍ତବ୍ୟ ଯେ କୃଷକମାନେ ସେମାନଙ୍କ ଉତ୍ପାଦ ପାଇଁ ଉଚିତ ମୂଲ୍ୟ ପାଇପାରିବେ। ସେମାନଙ୍କୁ କୌଣସି ସ୍ତରରେ ଶୋଷିତ କରାଯିବା ଉଚିତ ନୁହେଁ।

ଏ ବାବଦରେ ପ୍ରତ୍ୟେକ ଜିଲ୍ଲାର ଡିଏମଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ଯିଏ କୃଷକମାନଙ୍କୁ ଶୋଷଣ କରିବ ସେମାନଙ୍କୁ ଦଣ୍ଡ ଦିଆଯିବ। କେନ୍ଦ୍ରୀୟ ଏବଂ ରାଜ୍ୟ ସରକାର ମଧ୍ୟ କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଜଳସେଚନ, ପ୍ରଧାନମନ୍ତ୍ରୀ ଫସଲ ବୀମା, ପ୍ରଧାନମନ୍ତ୍ରୀ କିସାନ୍ ସାମାନ୍ ନିଧି ଭଳି ଅନେକ ଯୋଜନା କରୁଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ ସରକାର ଶୀଘ୍ର ବନ୍ୟା ସମସ୍ୟାର ସ୍ଥାୟୀ ସମାଧାନ କରିବେ ଏବଂ ଏ ବାବଦରେ ଏକ ଯୋଜନା ପ୍ରସ୍ତୁତ କରାଯାଉଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details