ଚେନ୍ନାଇ: ଲକଡାଉନ ବେଳେ ପ୍ରାୟ 1 କୋଟିରୁ ଉର୍ଦ୍ଧ୍ବ ଜୋରିମାନା ଆଦାୟ । ତାମିଲନାଡୁ ପୋଲିସ ଲକଡାଉନ୍ ଆଦେଶ ଉଲ୍ଲଂଘନ କରିଥିବା ଗାଡି ଡ୍ରାଇଭରଙ୍କ ଠାରୁ ପ୍ରାୟ 1.06 କୋଟି ଟଙ୍କା ଜୋରିମାନା ଆଦାୟ କରିଛି ବୋଲି ଶନିବାର ଜଣେ ପୋଲିସ ଅଧିକାରୀ କହିଛନ୍ତି ।
ଲକଡାଉନରେ ତାମିଲନାଡୁ ପୋଲିସ ଆଦାୟ କଲା 1 କୋଟି ଜୋରିମାନା - ପୋଲିସ ଆଦାୟ କଲା 1 କୋଟି ଜୋରିମାନା
ଲକଡାଉନ ନିୟମ ଉଲଘଂନ କରି ଗାଡି ଚାଳକଙ୍କ ଠାରୁ ପୋଲିସ ଆଦାୟ କରିଛି ପ୍ରାୟ 1 କୋଟି ଜୋରିମାନା । ଅଧିକ ସୂଚନା ପାଇଁ ପଢନ୍ତୁ ...

ଲକଡାଉନରେ ତାମିଲନାଡୁ ପୋଲିସ ଆଦାୟ କଲା 1 କୋଟି ଜୋରିମାନା
ପୋଲିସ ସୂଚନାନୁସାରେ ଲକଡାଉନ ଅବଧି ମଧ୍ୟରେ କାରଣ ନଥାଇ ରାସ୍ତାରେ ଯାଉଥିବା ବେଳେ ପ୍ରାୟ 1.94 ଲକ୍ଷ ଗାଡି ଜବତ କରାଯାଇଥିବା ବେଳେ ଗାଡି ମାଲିକଙ୍କ ଠାରୁ ପ୍ରାୟ 1.06 କୋଟି ଟଙ୍କା ଜୋରିମାନା ଆଦାୟ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରୋନା ଭାଇରସର ପ୍ରଭାବକୁ ରୋକିବା ପାଇଁ ମେ 3 ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ 2ୟ ପର୍ଯ୍ୟାୟ ଲକଡାଉନ ନିର୍ଦ୍ଦେଶ ଦେଇଛନ୍ତି ।
@IANS