ପ୍ୟାରିସ: ଘଣ୍ଟା ଘଣ୍ଟାକୁ ବଢିଚାଲିଛି କୋରୋନାର କାୟା । ଗତ 24 ଘଣ୍ଟା ମଧ୍ୟରେ ଫ୍ରାନ୍ସରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା 1,847କୁ ବୃଦ୍ଧି ପାଇଛି । ତେବେ ଦେଶରେ ଏବେ ସୁଦ୍ଧା 14,459 ଜଣ ଆକ୍ରାନ୍ତ ହୋଇଥିବା ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଶନିବାର ଏକ ବିବୃତ୍ତି ରଖାଯାଇଛି ।
ଚବିଶ ଘଣ୍ଟାରେ ଫ୍ରାନ୍ସରେ 1,847 ନୂଆ କୋରୋନା ମାମଲା - coronavirus symptoms
ଗତ 24 ଘଣ୍ଟା ମଧ୍ୟରେ ଫ୍ରାନ୍ସରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା 1,847କୁ ବୃଦ୍ଧି । ପ୍ରାଣହରାଇଲେଣି 450 ଜଣ। ଅଧିକ ଖବର ପଢନ୍ତୁ...
covid-19-cases
ମାର୍ଚ୍ଚ 21 ଶନିବାର ସୁଦ୍ଧା ଦେଶରେ ଆକ୍ରାନ୍ତ 14,459 ଥିଲା । ଏହାସହ 562 ଜଣ ହସ୍ପିଟାଲରେ ପ୍ରାଣ ହରାଇଥିବା ଜଣାପଡିଛି । ଏହାସହ ଦେଶର ବିଭିନ୍ନ ହସ୍ପିଟାଲରେ 6,172 ଦଣ ଚିକିତ୍ସିତ ହେଉଥିବା ବେଳେ 1,525ଟି ନୂଆ ମାମଲା ସାମ୍ନାକୁ ଆସିଛି ।
ପୂର୍ବରୁ ପ୍ରକାଶ ପାଇବା ରିପୋର୍ଟ ଅନୁସାରେ, 12,612 କୋଭିଡ୍-19 ମାମଲା ଫ୍ରାନ୍ସରେ ସାମ୍ନାକୁ ଆସିଛି । ସେଥିମଧ୍ୟରୁ 450 ଜଣ ପ୍ରାଣ ହରାଇଛନ୍ତି ।