ନୂଆଦିଲ୍ଲୀ: ସାରା ଦେଶରେ ଜାରି ରହିଛି କୋରୋନା ସଙ୍କଟ । ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ସଠିକ ସମୟରେ ଲକଡାଉନ ଘୋଷଣା ବିପଦର ପରିମାଣକୁ ଅନେକାଂଶରେ ହ୍ରାସ କରିଛି । କୋରୋନା ସଙ୍କଟ ପରିଚାଳନାରେ ବିଶ୍ବର ଅନେକ ରାଷ୍ଟ୍ର ଭାରତର ଆଭିମୁଖ୍ୟକୁ ପ୍ରଶଂସା କରୁଛନ୍ତି । ଏପରିସ୍ଥଳ କୋରୋନା ମୁକାବିଲାକୁ ନେଇ ଦେଶର 93.5 ପ୍ରତିଶତ ଲୋକ ବିଶ୍ବାସ କରନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ସରକାର ସଫଳତାର ସହ ପରିଚାଳନା କରୁଛନ୍ତି ।
ମାର୍ଚ୍ଚ 25 ରେ କେନ୍ଦ୍ର ସରକାର 21 ଦିନିଆ ଦେଶବ୍ୟାପୀ ଲକଡାଉନ ଜାରି ହୋଇଥିଲା । ପରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ଘୋଷଣା କରିଥିଲେ । ଯାହା ମେ 3 ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା ।
IANS-ସି- ଭୋଟର କୋଭିଡ -19 ଟ୍ରାକର ଅନୁଯାୟୀ, ଲକଡାଉନ ଆରମ୍ଭର ପ୍ରଥମ ଦିନରରୁ ମୋଦି ସରକାରଙ୍କ କୋରୋନା ମୁକବିଲା ଉପରେ ବିଶ୍ବାସ କରୁଥିବା ଲୋକଙ୍କ ସଂଖ୍ୟା 76.8 ଥିଲା କିନ୍ତୁ ଏପ୍ରିଲ 21 ସୁଦ୍ଧା ଏହା 93.5 ପ୍ରତିଶତକୁ ବୃଦ୍ଧି ପାଇଛି ।