ଓଡିଶା

odisha

ଆତଙ୍କ ମାହୋଲରେ ଖୁସି ଖବର: କୋରୋନାରୁ ଆରୋଗ୍ୟ ହେଲେଣି 86 ହଜାର

By

Published : Mar 20, 2020, 8:36 PM IST

ସମଗ୍ର ବିଶ୍ବରେ 10448 ଜଣଙ୍କ ପ୍ରାଣ ନେଇଛି କୋରୋନା । ହେଲେ ଏସବୁ ଭିତରେ ମାରାତ୍ମକ, ଉପଚାରହୀନ କୋରୋନା ଭାଇରସ ନେଇ ଏକ ଭଲ ଖବର ରହିଛି । ସମଗ୍ର ବିଶ୍ବରେ କୋରୋନାକୁ କବଳରୁ ମୋଟ 86ହଜାର ସଂକ୍ରମିତ ଲୋକ ମୁକୁଳିଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ନୂଆଦିଲ୍ଲୀ: କୋରୋନା କେତେ ଭୟଙ୍କର ତାହା ଏହାର ବିସ୍ତାର ଓ ସଂକ୍ରମଣ ରିପୋର୍ଟରୁ ସ୍ପଷ୍ଟ ହୋଇଯାଉଛି । ସମଗ୍ର ବିଶ୍ବରେ 10448 ଜଣଙ୍କ ପ୍ରାଣ ନେଇଛି କୋରୋନା । ହେଲେ ଏସବୁ ଭିତରେ ମାରାତ୍ମକ, ଉପଚାରହୀନ କୋରୋନା ଭାଇରସ ନେଇ ଏକ ଭଲ ଖବର ରହିଛି । ସମଗ୍ର ବିଶ୍ବରେ କୋରୋନାକୁ କବଳରୁ ମୋଟ 86ହଜାର ସଂକ୍ରମିତ ଲୋକ ମୁକୁଳିଛନ୍ତି ।

COVID-19 ମହାମାରୀକୁ ନେଇ ସାରା ବିଶ୍ବ ଆତଙ୍କିତ ଅବସ୍ଥାରେ । ବିଶ୍ବର ଅନେକ ରାଷ୍ଟ୍ରର ବଡବଡ ସହରଗୁଡିକୁ ପୂର୍ଣ୍ଣ କିମ୍ବା ଆଂଶିକ ଭାବରେ ଲକଡାଉନ କରାଯାଇଛି । ଏପରିସ୍ଥଳେ ଜନ୍ ହପକିନ୍ସ ବିଶ୍ବବିଦ୍ୟାଳୟର କୋରୋନାଭାଇରସ୍ ରିସୋର୍ସ ସେଣ୍ଟର କହିଛି ଯେ ଏବେ ପର୍ଯ୍ୟନ୍ତ 86,000 ରୁ ଅଧିକ ସଂକ୍ରମିତ ରୋଗୀ କୋରୋନା ଭାଇରସରୁ ଆରୋଗ୍ୟ ଲାଭ କରିଛନ୍ତି ।

କୋରୋନା ଉତ୍ପତ୍ତିସ୍ଥଳ ହୁବେଇରେ ଏପର୍ଯ୍ୟନ୍ତ 58,382 ଲୋକ ସୁସ୍ଥ ହୋଇଛନ୍ତି । ଇରାନରେ 5,979 ସଂକ୍ରମିତ ଲୋକ ଏବଂ ଇଟାଲୀରେ 4,440 ଲୋକ ବର୍ତ୍ତମାନ କୋରୋନା ଭାଇରସରୁ ମୁକ୍ତ ହୋଇଛନ୍ତି ।

ଦକ୍ଷିଣ କୋରିଆରେ 1,540 ,ଚୀନର ଗୁଆଙ୍ଗଡଙ୍ଗରେ 1,323 ଟି ଏବଂ ସ୍ପେନରେ 1,107 ଜଣ କୋରୋନା ପ୍ରଭାବରୁ ମୁକ୍ତ ହୋଇଛନ୍ତି ।

ସୂଚନା ଅନୁଯାୟୀ ଭାରତରେ ଏପର୍ଯ୍ୟନ୍ତ 20 ଜଣଙ୍କ କୋରୋନା କବଳରୁ ମୁକୁଳିଛନ୍ତି । ପଡୋଶୀ ପାକିସ୍ତାନରେ 13 ଜଣଙ୍କୁ କୋରୋନା ଭାଇରସ୍ ମୁକ୍ତ ବୋଲି ଘୋଷିତ କରାଯାଇଛି ।

ୟୁଏସରେ 121 ଜଣ, ଜର୍ମାନୀରେ 115, ବ୍ରିଟେନରେ 65 ସଂକ୍ରମିତ ଲୋକ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି ।

ବର୍ତ୍ତମାନ ବିଶ୍ବରେ COVID-19 ର ମୋଟ 246,275 ମାମଲା ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 10,000 ଅତିକ୍ରମ କରିଛି ।

ୟୁରୋପରେ ଏକ ଲକ୍ଷରୁ ଅଧିକ ଲୋକ ଏପର୍ଯ୍ୟନ୍ତ COVID-19 ଟେଷ୍ଟ ଦେଇଛନ୍ତି ।

ଅନ୍ୟପଟେ ଭାରତରେ କୋରୋନା ଭାଇରସ୍ ସଂକ୍ରମିତ ସଂଖ୍ୟା 200 ଅତିକ୍ରମ କରିସାରିଛି ଓ ଏପର୍ଯ୍ୟନ୍ତ 4 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।

@IANSଇନପୁଟ

ABOUT THE AUTHOR

...view details