ଓଡିଶା

odisha

ETV Bharat / bharat

ନୂଆବର୍ଷରେ ସିରିଡିରେ 8 ଲକ୍ଷ ଭକ୍ତ: 16.93 କୋଟିର ଆୟ - ସିରିଡି ସାଇବାବା

ନୂଆବର୍ଷ ଉପଲକ୍ଷେ ସିରିଡିରେ ପ୍ରାୟ 8 ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା। ପୁରା ରାତି ତମାମ ଚାଲିଥିଲା ବାବାଙ୍କ ପୂଜାର୍ଚ୍ଚନା ଓ ଦର୍ଶନ । ଏହି ପରିପ୍ରେକ୍ଷୀରେ ସାଇବାବା ସଂସ୍ଥାନ ଟ୍ରଷ୍ଟ 16.93 କୋଟିର ଦକ୍ଷିଣା ପାଇଛନ୍ତି । ଅଧିଖ ଖବର ପଢନ୍ତୁ...

ନୂଆବର୍ଷରେ ସିରିଡିରେ 8 ଲକ୍ଷ ଭକ୍ତ
ନୂଆବର୍ଷରେ ସିରିଡିରେ 8 ଲକ୍ଷ ଭକ୍ତ

By

Published : Jan 4, 2020, 12:51 PM IST

ମୁମ୍ବାଇ: ଛୁଟି ଦିନ ଆସିଲେ ସଭିଁଙ୍କ ମନ ବ୍ୟସ୍ତ ଜୀବନ ମଧ୍ୟରୁ କିଛି ସମୟ ବାହାର କରି କିଛି ପର୍ଯ୍ୟଟନସ୍ଥଳୀ ବୁଲିବାକୁ । ବିଶେଷ କରି ଡିସେମ୍ବର ଓ ନୂଆବର୍ଷ ଅର୍ଥାତ ଜାନୁଆରୀ ମାସ କୌଣସି ଏକ ଧାମକୁ ବୁଲିବାକୁ ସମସ୍ତେ ଭାବିଥାନ୍ତି । ଦେଶରେ ଅନେକ ସ୍ଥାନମାନଙ୍କରେ ମନ୍ଦିର ରହିଛି । ସେଥିମଧ୍ୟରୁ ସିରିଡି ଅନ୍ୟତମ । ଛୁଟି ଦିନ ଆସିଲେ ଲୋକମାନେ ସିରିଡି ବାବାଙ୍କ ଦର୍ଶନ ପାଇଁ ବ୍ୟାକୁଳ ହୋଇଉଠନ୍ତି । ବାବାଙ୍କ ଆଶିଷ ପାଇବା ସହ ବର୍ଷ ତମାମ କିଭଳି ସୁଖ ସମୃଦ୍ଧିରେ କଟୁ, ସେ ନେଇ ବାବାଙ୍କ ଦୁଆରେ ପହଞ୍ଚିଯାଏଁ ଭକ୍ତ ।

ତେବେ ଏଠାରେ କହି ରଖୁଛୁ ଯେ, ନୂଆବର୍ଷ ଉପଲକ୍ଷେ ସିରିଡିରେ ପ୍ରାୟ 8 ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା। ପୁରା ରାତି ତମାମ ଚାଲିଥିଲା ବାବାଙ୍କ ପୂଜାର୍ଚ୍ଚନା ଓ ଦର୍ଶନ । ଏହି ପରିପ୍ରେକ୍ଷୀରେ ସାଇବାବା ସଂସ୍ଥାନ ଟ୍ରଷ୍ଟ 16.93 କୋଟିର ଦକ୍ଷିଣା ପାଇଛନ୍ତି ।

କେବଳ ଟଙ୍କା ବାବଦକୁ ନୁହେଁ, ଦାନବାକ୍ସରେ ମଧ୍ୟ 9.54 ଆୟ କରିଛି ମନ୍ଦିର ଟ୍ରଷ୍ଟ । ସେପଟେ ବାବାଙ୍କ ଭକ୍ତିରେ ଭକ୍ତମାନେ ସୁନା ରୂପା ଅଳଙ୍କାର ମଧ୍ୟ ଦାନ କରିଛନ୍ତି । 42 ଲକ୍ଷ ଟଙ୍କାର ସୁନା ଓ 5 ଲକ୍ଷ ଟଙ୍କାର ରୂପା ଗହଣା ମନ୍ଦିର ଟ୍ରଷ୍ଟ ଆୟ କରିଛି ।

ABOUT THE AUTHOR

...view details