ଓଡିଶା

odisha

ETV Bharat / bharat

ଦେଶର 21064 ରିଲିଫ କ୍ୟାମ୍ପରେ 6.66 ଲକ୍ଷରୁ ଅଧିକ ବିସ୍ଥାପିତ: ଗୃହ ମନ୍ତ୍ରଣାଳୟ - delhi news

ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଲକଡାଉନ୍ ଯାଞ୍ଚ କରାଯାଉଛି ଯାହା ବେଶ ସନ୍ତୋଷଜନକ ଅଟେ । ଅଧିକ ପଢନ୍ତୁ...

6.66 lakh displaced
ଗୃହ ମନ୍ତ୍ରଣାଳୟ

By

Published : Apr 1, 2020, 10:40 AM IST

ନୂଆଦିଲ୍ଲୀ: କୋରୋନା ଭାଇରସ ସଙ୍କଟ ମଧ୍ୟରେ ଭାରତରେ 21 ହଜାର 64ଟି ରିଲିଫ୍ କ୍ୟାମ୍ପରେ 6.66 ଲକ୍ଷରୁ ଉର୍ଦ୍ଧ୍ବ ବିସ୍ଥାପିତ ଲୋକ ରହୁଥିବା ଗୃହ ମନ୍ତ୍ରଣାଳୟ କହିଛି । ଏହାସହ ଅନେକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର 23 ଲକ୍ଷରୁ ଅଧିକ ଲୋକଙ୍କୁ ଖାଦ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଯୋଗାଇ ଦିଆଯାଇଛି।

ମନ୍ତ୍ରଣାଳୟର କହିବାନୂଯାୟୀ, ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଲକଡାଉନ୍ ଯାଞ୍ଚ କରାଯାଉଛି ଏବଂ ଏହା ସନ୍ତୋଷଜନକ ଅଟେ । ଏହା ବ୍ୟତୀତ ଅତ୍ୟାବଶ୍ୟକ ଦ୍ରବ୍ୟର ଯୋଗାଣ ମଧ୍ୟ ସଠିକ୍ ଭାବରେ ଚାଲିଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଲା ଶ୍ରୀବାସ୍ତବ କହିଛନ୍ତି ଯେ, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ 21,064ଟି ପ୍ରବାସୀ ରିଲିଫ୍ କ୍ୟାମ୍ପ ନିର୍ମାଣ କରାଯାଇଛି ଯେଉଁଥିରେ ମୋଟ 6,66,291 ଜଣ ଲୋକଙ୍କୁ ଆବାସ ଯୋଗାଇ ଦିଆଯାଉଛି । ଏହା ବ୍ୟତୀତ 23 ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି ।

@IANS

ABOUT THE AUTHOR

...view details