ଓଡିଶା

odisha

ETV Bharat / bharat

24 ଘଣ୍ଟାରେ ଦେଶରେ ହୋଇଛି 8,23,992 କୋଭିଡ୍ ଟେଷ୍ଟ: ICMR

ଦେଶରେ କୋରୋନା ସ୍ଥିତି ଅଣାୟତ । ଦିନକୁ ଦିନ ସଂକ୍ରମଣ ମାମଲା ବଢିଚାଲିଛି। ଏହାକୁ ଦୃଷ୍ଟିରେ ରଖି ସରକାର ବହୁ ସଂଖ୍ୟାରେ ଟେଷ୍ଟିଂ ଆରମ୍ଭ କରିଛନ୍ତି । ତେବେ ପୂର୍ବରୁ ବହୁ ଟେଷ୍ଟ କରି ରେକର୍ଡ କରିଥିବା ଆଇସିଏମଆର ଗତ 24 ଘଣ୍ଟାରେ 8,23,992 ନମୂନା ପରୀକ୍ଷା କରିଛି ।

icmr
24 ଘଣ୍ଟାରେ ଦେଶରେ ହୋଇଛି 823992 କୋଭିଡ୍ ଟେଷ୍ଟ

By

Published : Aug 26, 2020, 12:01 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସ୍ଥିତି ଅଣାୟତ । ଦିନକୁ ଦିନ ସଂକ୍ରମଣ ମାମଲା ବଢିଚାଲିଛି। ଏହାକୁ ଦୃଷ୍ଟିରେ ରଖି ସରକାର ବହୁ ସଂଖ୍ୟାରେ ଟେଷ୍ଟିଂ ଆରମ୍ଭ କରିଛନ୍ତି । ତେବେ ପୂର୍ବରୁ ବହୁ ଟେଷ୍ଟ କରି ରେକର୍ଡ କରିଥିବା ଆଇସିଏମଆର ଗତ 24 ଘଣ୍ଟାରେ 8,23,992 ନମୂନା ପରୀକ୍ଷା କରିଛି ।

ଏବେସୁଦ୍ଧା ଦେଶରେ 3,76,51, 512 ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ମଙ୍ଗଳବାର 8,23,992 ନମୁନା ପରୀକ୍ଷା କରାଯାଇଥିବା ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) କହିଛି।

ଏକ ଟ୍ବିଟ ଜରିଆରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, କୋରୋନା ଭାଇରସ ବ୍ୟାପିବାକୁ ରୋକିବା ପାଇଁ କୋରୋନା ପରୀକ୍ଷାକୁ ଏକ ପ୍ରଭାବଶାଳୀ ଟୁଲ ରୂପେ କାର୍ଯ୍ୟ କରୁଛି । ଜାନୁୟାରୀ ମାସରେ ଦେଶରେ ମାତ୍ର 1ଟି କୋରୋନା ପରୀକ୍ଷା କରାଯାଇଥିଲା । ଯାହା ଅଗଷ୍ଟ ମାସର ପ୍ରତ୍ୟେକ ଦିନ 10 ଲକ୍ଷ କୋରୋନା ପରୀକ୍ଷାରେ ପହଞ୍ଚିଛି ।

ପ୍ରକାଶ ଥାଉକି, 24 ଘଣ୍ଟାରେ ଦେଶରେ 67,151 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1,059 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 32,34,475ରେ ପହଞ୍ଚିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 24,67,759 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 7,07,267 ଆକ୍ରାନ୍ତ ଏବେବି ଦେଶରେ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହାଛଡା ମାରାତ୍ମକ ଭାଇରସ କାରଣରୁ ଏଯାବତ୍ ଦେଶରେ 59,449 ଆକ୍ରାନ୍ତ ମୃତ୍ୟୁ ଘଟିଥିବା ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details