ନୂଆଦିଲ୍ଲୀ: ଆତଙ୍କୀତ ମହାମାରୀ କୋରୋନା ଦେଶକୁ ଦୋହଲାଇ ଦେଇଛି। 2019 ଡିସେମ୍ବରରୁ ଚୀନରୁ ଆରମ୍ଭ ହୋଇଥିବା ଏହି ଭାଇରସ ଏବେ ସୁଦ୍ଧା ବିଶ୍ବବ୍ୟାପୀ 54.6 ଲକ୍ଷ ଲୋକଙ୍କୁ ସଂକ୍ରମିତ କରିସାରିଛି। ଏହାସହ 3.45 ଲକ୍ଷ ଲୋକ ଅକାଳରେ ଜୀବନ ହାରି ସାରିଲେଣି।
ରବିବାର ସୁଦ୍ଧା ପ୍ରାୟ 54,64,585 ଲୋକଙ୍କୁ ସଂକ୍ରମିତ କରିଛି ଏବଂ 3,45,535 ରୁ ଅଧିକ ଲୋକ ଏହି ଜୀବାଣୁଙ୍କ ମୃତ୍ୟୁବରଣ କରିଛନ୍ତି ବୋଲି ୱାର୍ଲ୍ଡୋମିଟର ୱେବସାଇଟ୍ ଅନୁଯାୟୀ ତଥ୍ୟ ପ୍ରକାଶ ପାଇଛି।
ଗତ 24 ଘଣ୍ଟା ମଧ୍ୟରେ ବିଶ୍ୱରେ ପ୍ରାୟ 66,635 ନୂତନ ମାମଲା ଏବଂ 1,928 ଲୋକଙ୍କ ମୃତ୍ୟୁ ଘଟିଛି। ଏହାସହ ସମଗ୍ର ବିଶ୍ୱରେ ସୁସ୍ଥ ଲୋକଙ୍କ ସଂଖ୍ୟା 22,87,414 କୁ ବୃଦ୍ଧି ପାଇଛି । 16,76,460 କୋରୋନାଭାଇରସ୍ ସଂକ୍ରମଣ ସହିତ ଆମେରିକା ଦୁନିଆର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଦେଶ। ରବିବାର ଦିନ ଆମେରିକାରେ 9,632 ଟି ନୂଆ ମାମଲା ଦେଖିବାକୁ ମିଳିଛି।