ଓଡିଶା

odisha

ETV Bharat / bharat

ଲକ୍ ଡାଉନ୍ ନିୟମକୁ ଉଲ୍ଲଂଘନ, 239 ଜଣଙ୍କ ନାଁରେ ମାମଲା ରୁଜୁ - corona virus

ରାଜଧାନୀ ଦିଲ୍ଲୀରେ ଲକ୍ ଡାଉନକୁ ବେଖାତିର୍ । ମଙ୍ଗଳବାର ଲକ୍ ଡାଉନ୍ ଉଲ୍ଲଂଘନ କରି ଦିଲ୍ଲୀ ପୋଲିସ 239ଟି ମାମଲା ରୁଜୁ କରିଛି ।

Over 239 FIRs registered
239ଜଣଙ୍କ ନାଁରେ ମାମଲା ରୁଜୁ

By

Published : Apr 1, 2020, 2:15 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଲକ୍ ଡାଉନକୁ ବେଖାତିର୍ । ମଙ୍ଗଳବାର ଲକ୍ ଡାଉନ୍ ଉଲ୍ଲଂଘନ କରି ଦିଲ୍ଲୀ ପୋଲିସ 239ଟି ମାମଲା ରୁଜୁ କରିଛି ।

ଦିଲ୍ଲୀ ପୋଲିସ ଆକ୍ଟର ଆଇପିସି ଧାରା 188, ଧାରା 65 ଓ 66 ଅଧିନରେ ସମସ୍ତ ମାମଲା ରୁଜୁ କରାଯାଇଛି । ପୋଲିସର ଡାଟା ଅନୁସାରେ, ପ୍ରାୟ 3736 ଲୋକଙ୍କୁ ଚିହ୍ନଟ କରାଯାଇଥିବା ବେଳେ 546 ଟି ଯାନବାହନ ଯାତାୟତ କରିଛି ।

ଅନ୍ୟପକ୍ଷେ 1254 ଜଣଙ୍କୁ ଯାତାୟତ ପାସ୍ ପ୍ରଦାନ କରାଯାଇଛି । ଜରୁରୀକାଳିନ ସେବା ପାଇଁ ଯାତାୟତ କରୁଥିବା ବ୍ୟକ୍ତିଙ୍କୁ ଏହି ପାସ୍ ଦିଆଯାଇଛି । ପ୍ରକାଶଥାଉକି, ମାର୍ଚ୍ଚ 25ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପୁର୍ଣ୍ଣ ଦେଶରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details