ଓଡିଶା

odisha

ETV Bharat / bharat

JEE-NEET ପରୀକ୍ଷା: 24 ଘଣ୍ଟାରେ 17 ଲକ୍ଷରୁ ଊର୍ଦ୍ଧ୍ବ ଆଡମିଟ କାର୍ଡ ଡାଉନଲୋଡ - କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ

ନିର୍ଦ୍ଧାରିତ ସମୟରେ ହେବାକୁ ଥିବା JEE ଓ NEET ପରୀକ୍ଷା ପାଇଁ ମାତ୍ର 24 ଘଣ୍ଟା ମଧ୍ୟରେ 17 ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆଡମିଟ୍‌ କାର୍ଡ ଡାଉନଲୋଡ କରିସାରିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ । ଅଧିକ ପଢନ୍ତୁ...

JEE-NEET ପରୀକ୍ଷା: 24 ଘଣ୍ଟାରେ 17 ଲକ୍ଷରୁ ଉର୍ଦ୍ଧ୍ବ ଡାଉନଲୋଡ କଲେ ଆଡମିଟ କାର୍ଡ
JEE-NEET ପରୀକ୍ଷା: 24 ଘଣ୍ଟାରେ 17 ଲକ୍ଷରୁ ଉର୍ଦ୍ଧ୍ବ ଡାଉନଲୋଡ କଲେ ଆଡମିଟ କାର୍ଡ

By

Published : Aug 27, 2020, 5:38 PM IST

ନୂଆଦିଲ୍ଲୀ: ମହାମାରୀ ସଂକ୍ରମଣକୁ କାରଣ ଦର୍ଶାଇ ଯେଉଁଠି ପରୀକ୍ଷା ସ୍ଥଗିତ କରିବାକୁ ବିରୋଧ ଦାବି ଉଠାଉଛନ୍ତି ସେପରିସ୍ଥଳେ ଛାତ୍ରଛାତ୍ରୀଙ୍କ ମନରେ କିନ୍ତୁ ବେଶ ଉତ୍ସାହ ପରିଲକ୍ଷିତ ହେଉଛି । ନିର୍ଦ୍ଧାରିତ ସମୟରେ ହେବାକୁ ଥିବା JEE ଓ NEET ପରୀକ୍ଷା ପାଇଁ ମାତ୍ର 24 ଘଣ୍ଟା ମଧ୍ୟରେ 17 ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆଡମିଟ୍‌ କାର୍ଡ ଡାଉନଲୋଡ କରିସାରିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ NTA ଡିଜିଙ୍କ କହିବା ଅନୁଯାୟୀ JEE ପାଇଁ 8.58 ଲକ୍ଷ ପ୍ରାର୍ଥୀଙ୍କ ମଧ୍ୟରୁ 7.5 ଲକ୍ଷ ଆଡମିଟ୍ କାର୍ଡ ଡାଉନଲୋଡ କରିଛନ୍ତି। ସେହିପରି ଡାକ୍ତରୀ ପ୍ରବେଶିକା ପରୀକ୍ଷା NEET ପାଇଁ 15.97 ଲକ୍ଷ ପ୍ରାର୍ଥୀଙ୍କ ମଧ୍ୟରୁ 10 ଲକ୍ଷରୁ ଅଧିକ ପ୍ରାର୍ଥୀ 24 ଘଣ୍ଟା ମଧ୍ୟରେ ଆଡମିଟ୍‌ କାର୍ଡ ଡାଉନଲୋଡ କରିଥିବା ଜଣାପଡିଛି | ଏହା ଦର୍ଶାଉଛି ଯେ ଛାତ୍ରଛାତ୍ରିମାନେ ଚାହୁଁଛନ୍ତି ଯେକୌଣସି ସ୍ଥଳରେ ପରୀକ୍ଷା ହେଉ ।

ଅନ୍ୟପକ୍ଷେ ପରୀକ୍ଷା ହଲରେ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି JEE ପରୀକ୍ଷା କେନ୍ଦ୍ରଗୁଡିକ 570ରୁ 660କୁ ବୃଦ୍ଧି କରାଯାଇଛି । ସେହପରି ବର୍ତ୍ତମାନ 3,842 NEET କେନ୍ଦ୍ର ଅଛି । ଛାତ୍ରମାନଙ୍କୁ ନିଜ ପସନ୍ଦର ପରୀକ୍ଷା କେନ୍ଦ୍ର ମଧ୍ୟ ବଣ୍ଟନ କରାଯାଇଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ।

ଅନେକ ରାଜନେତା ଓ ବ୍ୟକ୍ତିବିଶେଷଙ୍କ ଅନୁରୋଧ ସତ୍ତ୍ବେ ନିଜ ନିଷ୍ପତ୍ତିରେ ଅଟଳ ରହିଛି ଜାୟୀୟ ପରୀକ୍ଷା ସଂସ୍ଥା(NTA) । ପୂର୍ବ ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ଜେଇଇ ମେନ(JEE Main) ଓ ନୀଟ୍‌(NEET) ପରୀକ୍ଷା ହେବ ବୋଲି ଏନଟିଏ ପକ୍ଷରୁ ଘୋଷଣା କରାଯାଇଥିଲା ।

ପର୍ଯ୍ୟାୟକ୍ରମେ ସେପ୍ଟେମ୍ବର 1ରୁ 6 ଏବଂ 13ରେ ଜେଇଇ ମେନ ଓ ନୀଟ୍‌ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଏନଟିଏ ପକ୍ଷରୁ ଘୋଷଣା କରାଯାଇଥିଲା । ଏନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ତେବେ ମହାମାରୀ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାତୀୟ ସ୍ତରୀୟ ପରୀକ୍ଷାକୁ ଘୁଞ୍ଚାଇବାକୁ ଅନେକ ରାଜନେତା ସରକାରଙ୍କୁ ଅନୁରୋଧ କରିଥିଲେ । କେବଳ ସେତିକି ନୁହେଁ ପରୀକ୍ଷା ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟରେ ମଧ୍ୟ ଆବେଦନ ହୋଇଥିଲା । ପରେ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ ।

ABOUT THE AUTHOR

...view details