ଓଡିଶା

odisha

ETV Bharat / bharat

'ବନ୍ଦେ ଭାରତ ମିଶନ ଅଧୀନରେ ଭାରତ ଫେରିଛନ୍ତି 15 ଲକ୍ଷରୁ ଉର୍ଦ୍ଧ୍ବ ଯାତ୍ରୀ' - New Delhi

କୋରୋନାଭାଇରସ୍ ବିସ୍ତାର ବଢି ଚାଲିଥିବା ବେଳେ କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିଲା ବନ୍ଦେ ଭାରତ ମିଶନ। ବାହାର ଦେଶରେ ଭୟଭୀତ ଅବସ୍ଥାରେ ଥିବା ଭାରତୀୟମାନଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ମେ ମାସରେ ଏହି ମିଶନ ଆରମ୍ଭ ହୋଇଥିଲା। ତେବେ ଆଜି ପର୍ଯ୍ୟନ୍ତ ଏହା ଅଧୀନରେ 15 ଲକ୍ଷରୁ ଅଧିକ ଲୋକ ଭାରତ ଫେରିଛନ୍ତି।

ବନ୍ଦେ ଭାରତ ମିଶନ ଅଧୀନରେ ଭାରତ ଫେରିଛନ୍ତି 15 ଲକ୍ଷରୁ ଉର୍ଦ୍ଧ୍ବ ଯାତ୍ରୀ
ବନ୍ଦେ ଭାରତ ମିଶନ ଅଧୀନରେ ଭାରତ ଫେରିଛନ୍ତି 15 ଲକ୍ଷରୁ ଉର୍ଦ୍ଧ୍ବ ଯାତ୍ରୀ

By

Published : Sep 6, 2020, 9:33 AM IST

ନୂଆଦିଲ୍ଲୀ: ବନ୍ଦେ ଭାରତ ମିଶନ ଅଧୀନରେ 15 ଲକ୍ଷରୁ ଅଧିକ ଯାତ୍ରୀ ବିଭିନ୍ନ ମାଧ୍ୟମ ଦେଇ ଫେରିଛନ୍ତି। ଯେଉଁଥିରେ 4.5 ଲକ୍ଷରୁ ଅଧିକ ବିମାନ ଯୋଗେ ଫେରିଛନ୍ତି ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀ ଶନିବାର କହିଛନ୍ତି।

ପୁରୀ ଟୁଇଟ୍ କରି କହିଛନ୍ତି, "ଅନ୍ତର୍ଜାତୀୟ ବିମାନଗୁଡ଼ିକ 6 ମଇ 2020 ଠାରୁ ବନ୍ଦେ ଭାରତ ମିଶନ ଅଧୀନରେ ଥିବା ନାଗରିକଙ୍କ ପ୍ରତ୍ୟାବର୍ତ୍ତନ ଏବଂ ବାହ୍ୟ ଯାତ୍ରାକୁ ସୁଗମ କରିବାରେ ଲାଗିଛି। ଏପର୍ଯ୍ୟନ୍ତ 15 ଲକ୍ଷରୁ ଅଧିକ ଲୋକ ବିଭିନ୍ନ ମାଧ୍ୟମରେ ଭାରତକୁ ଫେରି ଆସିଛନ୍ତି।

ପୁରୀ ଏକ ଫଟୋଗ୍ରାଫ୍ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ଦର୍ଶାଯାଇଛି ଯେ ସେପ୍ଟେମ୍ବର 5 ରେ 4,059 ଭାରତୀୟ ନାଗରିକ ଫେରି ଆସିଛନ୍ତି।

ଏହାପୂର୍ବରୁ, ଥାଇଲାଣ୍ଡରୁ ଏକ ସ୍ୱତନ୍ତ୍ର ଏୟାର ଇଣ୍ଡିଆର ବିମାନ ମଙ୍ଗଳବାର ଦିନ ବନ୍ଦେ ଭାରତ ମିଶନ ଅଧୀନରେ 153 ଜଣ ଭାରତୀୟଙ୍କୁ ନେଇ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା। କୋରୋନାଭାଇରସ୍ ପ୍ରତିବନ୍ଧକ ହେତୁ ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ଥଇଥାନ କରିବା ପାଇଁ ବନ୍ଦେ ଭାରତ ମିଶନ ମେ ମାସ ଆରମ୍ଭରୁ ତାର ସେବା ଆରମ୍ଭ କରିଥିଲା।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନୁଯାୟୀ 12,60,000 ରୁ ଅଧିକ ଭାରତୀୟଙ୍କୁ ବନ୍ଦେ ଭାରତ ମିଶନ ଅଧୀନରେ ଫେରାଇ ଅଣାଯାଇଛି। ଏମଓସିଏ କହିଛି ଯେ ମେ 6 ରୁ ଅଗଷ୍ଟ 30 ମଧ୍ୟରେ ବନ୍ଦେ ଭାରତ ମିଶନ ଅଧୀନରେ ମୋଟ 12,60,118 ଜଣଙ୍କୁ ଦେଶକୁ ଫେରାଇ ଅଣାଯାଇଥିଲା।

ABOUT THE AUTHOR

...view details