ପାଟନା: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ବିହାରରେ ଦେଖିବାକୁ ମିଳିଛି ବଜ୍ରପାତର ଆତଙ୍କ । ଗୁରୁବାର ବଜ୍ରପାତ ଯୋଗୁଁ ବିହାର ବିଭିନ୍ନ ଅଞ୍ଚଳରେ 26 ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷେ ଏହା ପ୍ରଭାବରେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ ନିତିଶ କୁମାର ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।
ବିହାରରେ ବଜ୍ରପାତ, 26 ମୃତ - ବିହାରରେ ବଜ୍ରପାତ
ବିହାରରେ ବଜ୍ରପାତ ଯୋଗୁଁ 26 ଜଣଙ୍କର ମୃତ୍ୟୁ ହୋଇଯାଇଛି । ଅନେକ ଆହତ । ପୂର୍ବରୁ ବଜ୍ରପାତରେ ବିହାରରେ 108 ଜଣଙ୍କ ମୃତ୍ୟୁ ହୋଇଥିଲା । ଏହା ସହ ମୁଖ୍ୟମନ୍ତ୍ରୀ ନିତିଶ କୁମାର ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...
ବିହାରରେ ବଜ୍ରପାତ, 26 ମୃତ
ରାଜ୍ୟର ପୂର୍ବ ଚମ୍ପାରଣରେ ବଜ୍ରପାତର ଅଧିକ ପ୍ରଭାବ ପଡିଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବଜ୍ରପାତ ଯୋଗୁଁ 4 ଜଣଙ୍କର ମୃତ୍ୟୁ ହୋଇଛି । ପୂର୍ବରୁ ବଜ୍ରପାତକୁ ନେଇ ପାଣିପାଗ ବିଭାଗ ଆଲର୍ଟ ଜାରି କରିଥିଲା । ଜିଲ୍ଲାର ପତାହୀ, ବଞ୍ଜରିଆ, ବନକଟଭା ଓ ଆଦାପୁରରେ ବଜ୍ରପାତ ହୋଇଥିବାବେଳେ ମୃତକଙ୍କ ପରିବାର ବର୍ଗଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ପୂର୍ବରୁ ବଜ୍ରପାତରେ 24 ଘଣ୍ଟା ମଧ୍ୟରେ 108 ଜଣଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ଅନେକ ଲୋକ ଆହତ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Jul 3, 2020, 3:25 AM IST