ନୂଆଦିଲ୍ଲୀ: ଦିଲ୍ଲୀରେ ହାଡ ଭଙ୍ଗା ଶୀତ ସାଙ୍ଗକୁ ଗୁରୁବାର ସକାଳେ ଘନ କୁହୁଡି ପ୍ରଭାବ ଦେଖିବାକୁ ମିଳିଛି । ଯାହାର ସିଧାସଳଖ ପ୍ରଭାବ ଦିଲ୍ଲୀ ରେଳ ବିଭାଗ ଉପରେ ପଡିଛି । ଯାହାଫଳରେ ଗୁରୁବାର ଦିଲ୍ଲୀରେ ଚାଲୁଥିବା ବହୁ ଟ୍ରେନ ଏକ ଘଣ୍ଟା ବିଳମ୍ବରେ ଚାଲୁଛି ।
ରେଳ ବିଭାଗର ସୂଚନା ଅନୁଯାୟୀ, ନୂଆଦିଲ୍ଲୀରେ ପହଞ୍ଚିବାକୁ ଥିବା ପ୍ରିମିୟମ ଗାଡି ଗୁଡିକ ମଧ୍ୟ ବିଳମ୍ବରେ ଚାଲୁଛି । ତେବେ ଘନ କୁହୁଡି କାରଣରୁ ରେଲୱେ ଟ୍ରାକରେ ଟ୍ରେନ ଗୁଡିକ ସ୍ପିଡ୍ କମାଯାଇଥିବାରୁ ଟ୍ରେନ ଗୁଡିକ ବିଳମ୍ବରେ ଚାଲିଛି ।
ତେବେ ଦିଲ୍ଲୀକୁ ଆସୁଥିବା ପୂର୍ବା ଏକ୍ସପ୍ରେସ ବିଳମ୍ବରେ ଚାଲୁଥିବାବେଳେ ମୁମ୍ବାଇ ରାଜଧାନୀ ଭୁବନେଶ୍ବରରୁ ଆସୁଥିବା ଟ୍ରେନ ଗୁଡିକ 1 ଘଣ୍ଟା ବିଳମ୍ବରେ ଚାଲୁଛି । ସେହିପରେ ନୂଆଦିଲ୍ଲୀ ଆସିବାକୁ ଥିବା ହୀରାକୁଦ ଏକ୍ସପ୍ରେସ ପାଖାପାଖି 2 ଘଣ୍ଟା ବିଳମ୍ବରେ ଚାଲୁଥିବାବେଳେ ହରିୟାଣା ଏକ୍ସପ୍ରେସ 1 ଘଣ୍ଟା ବିଳମ୍ବରେ ଚାଲୁଛି । ଏଥିସହ ଝେଲମ ପାଟନା ରାଜଧାନୀ ଏବଂ ବୈଶାଳୀ ଏକ୍ସପ୍ରେସ 4 ଘଣ୍ଟା ବିଳମ୍ବରେ ଚାଲୁଛି ।
ସେହିପରି ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ଏୟାରପୋର୍ଟରେ ଲୋ ଭିଜିବିଲିଟି ପ୍ରୋସିଡିୟର ଲାଗୁ କରାଯାଇଛି । ଏହି କାରଣରୁ କିଛି ବିମାନ ବିଳମ୍ବରେ ଉଡାଣ କରିବାକୁ ପଡିପାରେ ବୋଲି ସୂଚନା ମିଳିଛି। ତେଣୁ କୌଣସି ସମସ୍ୟା ହେଲେ ଏୟାରଲାଇନ ସହ ଯୋଗାଯୋଗ କରିବା ନେଇ ଯାତ୍ରୀଙ୍କୁ ନିବେଦନ କରାଯାଇଛି ।