ୱାଶିଂଟନ: ଗୋଟିଏ ଦିନରେ ଆମେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାଉ । କିଛି ଖାଇବା ଆମକୁ ରୁଚିକର ଲାଗିଥାଏ ତ କିଛି ଖରାପ ଲାଗିଥାଏ । ପାଟି ଦ୍ବାରା ଆମେ ବିଭିନ୍ନ ସ୍ବାଦ ଜାଣିପାରୁ । ତେବେ ବେଳେ ବେଳେ କିଛି ଖାଇବା ଆମକୁ ଅତି ଖରାପ ଲାଗିଥାଏ । ଆଉ କିଛି ସମୟରେ କେତେକ ଖାଇବା ଆମକୁ ଅତି ସ୍ବାଦିଷ୍ଟ ଲାଗେ । ତେବେ ଗବେଷକ ଦାବି କରିଛନ୍ତି ଯେ କଫି ଯୋଗୁଁ ଆମ ପାଟିର ସ୍ବାଦ ବଦଳିଥାଏ ।
ଆରହସ ୟୁନିଭର୍ସିଟି ପକ୍ଷରୁ ହୋଇଥିବା ଏହି ରିସର୍ଚ୍ଚର ଫଳାଫଳ ସାଇଣ୍ଟିଫିକ ଜର୍ଣ୍ଣାଲ ଫୁଡ୍ସରେ ପ୍ରକାଶିତ ହୋଇଥିଲା । ଏହି ରିସର୍ଚ୍ଚ ସମୟରେ 156ଟି ଖାଦ୍ୟକୁ ପରୀକ୍ଷା ଭାବେ ଗ୍ରହଣ କରାଯାଇଥିଲା । କଫି ପିଇବା ପରେ ଓ ପୂର୍ବରୁ ଏହି ଖାଦ୍ୟ ଗ୍ରହଣ କରାଯାଇଥିଲା । ତେବେ ଖାଦ୍ୟର ବାସନାରେ କୌଣସି ପ୍ରକାର ପରିବର୍ତ୍ତନ ଦେଖାଯାଇନଥିଲା । ହେଲେ କଫି ପିଇବା ପରେ ଏସବୁର ସ୍ବାଦ ଅଧିକ ସ୍ବାଦିଷ୍ଟ ହୋଇଥିଲା । ଏହାସହ ଏହାପରେ ପ୍ରତି ଖାଇବା ଲୋକଙ୍କୁ ଅଧିକ ମିଠା ଲାଗିଥିଲା ।