ଓଡିଶା

odisha

ETV Bharat / bharat

'କେନ୍ଦ୍ର ସରକାର ଦାବି ନ ମାନିବା ଯାଏଁ ଏମିତି ଜାରି ରହିବ ଆନ୍ଦୋଳନ' - ଆମରଣ ଅନଶନ ଜାରି

ହାଇଦ୍ରାବାଦ ଲଜ୍ଜା ପରେ ସାରା ଦେଶରେ ଜଳୁଛି ପ୍ରତିବାଦର ବହ୍ନି । ଏହାକୁ ନେଇ ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ଦେଶର ପ୍ରତି ମହିଳାଙ୍କୁ ନ୍ୟାୟ ଦେବା ପାଇଁ ମଙ୍ଗଳବାର ଠାରୁ ଅନଶନ ଜାରି ରଖିଛନ୍ତି ।

'କେନ୍ଦ୍ର ସରକାର ଦାବି ନମାନିବା ଯାଏଁ ଏମିତି ଜାରି ରହିବ ଆନ୍ଦୋଳନ'
'କେନ୍ଦ୍ର ସରକାର ଦାବି ନମାନିବା ଯାଏଁ ଏମିତି ଜାରି ରହିବ ଆନ୍ଦୋଳନ'

By

Published : Dec 4, 2019, 11:01 AM IST

ନୂଆଦିଲ୍ଲୀ: ହାଇଦ୍ରାବାଦ ଲଜ୍ଜା ପରେ ସାରା ଦେଶରେ ଜଳୁଛି ପ୍ରତିବାଦର ବହ୍ନି । ପୀଡିତା ଡାକ୍ତରାଣୀଙ୍କୁ ନ୍ୟାୟ ଦେବା ପାଇଁ ବିଭିନ୍ନ ସଂଗଠନ ଠୁ ଆରମ୍ଭ କରି ଜନସାଧାରଣ ଦାବି କରୁଛନ୍ତି । ଅଭିଯୁକ୍ତଙ୍କୁ କଠୋର ରୁ କଠୋର ଦଣ୍ଡ ଦେବାକୁ ପ୍ରତି ମହଲରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ତେବେ ଏହାକୁ ନେଇ ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ଦେଶର ପ୍ରତି ମହିଳାଙ୍କୁ ନ୍ୟାୟ ଦେବା ପାଇଁ ମଙ୍ଗଳବାର ଠାରୁ ଅନଶନ ଜାରି ରଖିଛନ୍ତି ।

'କେନ୍ଦ୍ର ସରକାର ଦାବି ନମାନିବା ଯାଏଁ ଏମିତି ଜାରି ରହିବ ଆନ୍ଦୋଳନ'

ତେବେ ଜନ୍ତର ମନ୍ତରରେ ସ୍ଥାନ ନମିଳିବାରୁ ରାଜଘାଟରେ ନିଜର ଆମରଣ ଅନଶନ ଜାରି ରଖିଛନ୍ତି ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷା ସ୍ବାତୀ ମାଲିୱାଲ । ସେପଟ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଯେବେ ଯାଏଁ ମହିଳାଙ୍କୁ ନିଜ ଦେଶରେ ସୁରକ୍ଷା ନେଇ କେନ୍ଦ୍ର ସରକାରଙ୍କ ଠାରୁ ସଠିକ ପ୍ରତିଶ୍ରୁତି ନ ମିଳିଛି, ସେବେ ଯାଏଁ ଏହି ଅନଶନ ଜାରି ରହିବ ।

ଦେଶରେ ନାରୀ ସୁରକ୍ଷିତ ନୁହେଁ, ଦିନ ଦ୍ବିପ୍ରହରରେ ବି ନାରୀଙ୍କ ସହ ପାଶବିକ ଅତ୍ୟାଚାର କରାଯାଉଛି । ଆଉ ଏହାକୁ ପ୍ରତିହତ କରିବା ପାଇଁ ସରକାର କଠୋର ରୁ କଠୋର ଆଇନ ପ୍ରଣୟନ କରିବା ଏବେ ଜରୁରୀ ହୋଇପଡିଛି ବୋଲି କହିଛନ୍ତି ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ।

ABOUT THE AUTHOR

...view details