ଓଡିଶା

odisha

ETV Bharat / bharat

ସମସ୍ତିପୁର ରେଳମଣ୍ଡଳରେ ଲାଗିବ ଅଟୋମେଟିକ କମ୍ପୋଷ୍ଟିଂ ମେସିନ - Organic fertilizer will be made from the waste stored

ସ୍ବଚ୍ଛତାକୁ ନେଇ ବେଶ ସଚେତନ ସମସ୍ତିପୁର ରେଳମଣ୍ଡଳ। ଷ୍ଟେସନ ପରିସରକୁ ସଫା ରଖିବା ସହ ଆବର୍ଜନାକୁ ଠିକ ଭାବେ ବ୍ୟବହାରକୁ ନେଇ ଏକ ସ୍ବାଗତଯୋଗ୍ୟ କାର୍ଯ୍ୟ ଆରମ୍ଭ କରିଛନ୍ତି। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Nov 5, 2019, 9:34 PM IST

ପାଟନା: ବିହାରର ସମସ୍ତିପୁର ରେଳମଣ୍ଡଳ ପକ୍ଷରୁ ସ୍ବଚ୍ଛ ଭାରତ ଅଭିଯାକୁ ଆଗେଇ ନେବା ପାଇଁ ଏକ ପ୍ରଂଶସନୀୟ ପଦକ୍ଷେପ ନିଆଯାଇଛି। ଏହି ମଣ୍ଡଳ ଅନ୍ତର୍ଗତ ଥିବା ସମସ୍ତ ଷ୍ଟେସନରେ ଅଟୋମେଟିକ କମ୍ପୋଷ୍ଟିଂ ମେସିନ ଲଗାଯାଉଛି। ଯାହା ଦ୍ବାରା ଷ୍ଟେସନ ପରିସରରେ ଗଦା ହେଉଥିବା ଓଦା ଆର୍ବଜନାରୁ ଜୈବିକ ଖତ ପ୍ରସ୍ତୁତ ହୋଇ ପାରିବ।

ଅଟୋମେଟିକ କମ୍ପୋଷ୍ଟିଂ ମେସିନ

ଏନେଇ ସମସ୍ତିପୁର ରେଳଡିଭିଜନର ସିନିୟର ଡିସିଏମ ବିରେନ୍ଦ୍ର କୁମାର କହିଛନ୍ତି ଯେ, ରେଳ ପରିସରରୁ ଆବର୍ଜନା ସଫା କରିବାପରେ ଏହାର ଉପଯୁକ୍ତ ବ୍ୟବହାର ହେଇ ପାରୁନଥିଲା । ଯାହାଦ୍ବାରା ଆବର୍ଜନା ଗଦାହେଉଥିବା ସ୍ଥାନରୁ ପ୍ରଚୁର ଗନ୍ଧ ବାହାରୁଥିଲା। ଆଉ ପରିବେଶ ଦୂଷିତ ହେଉଥିଲା। ଏହାର ସମାଧାନ ପାଇଁ ସମସ୍ତିପୁର ରେଳ ଡିଭିଜନରେ ଆସୁଥିବା ସମସ୍ତ ଷ୍ଟେସନ ଗୁଡିକରେ କମ୍ପୋଷ୍ଟିଙ୍ଗ ମେସିନ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ଖାଲି ଆବର୍ଜନା ନୁହଁ ପ୍ଲାଷ୍ଟିକ ବୋତଲକୁ ନଷ୍ଟ କରିବା ପାଇଁ ପ୍ଲାଷ୍ଟିକ ବୋତଲ କ୍ରସିଙ୍ଗ ମେସିନ ମଧ୍ୟ ଲଗାଯାଉଛି।

ABOUT THE AUTHOR

...view details