ନୂଆଦିଲ୍ଲୀ: ସଂସଦର ସଦସ୍ୟଙ୍କ ବେତନ ଗୋଟେ ବର୍ଷ ପାଇଁ 30 ପ୍ରତିଶତ କମ୍ କରିବାକୁ ଏକ ଅଧ୍ୟାଦେଶ ମଙ୍ଗଳବାର ଘୋଷଣା କରାଯାଇଛି ।
କୋରୋନା ମୁକାବିଲା: ବର୍ଷେ ପାଇଁ ସାଂସଦଙ୍କ ଦରମା 30 ପ୍ରତିଶତ କମ୍ - 30 ପ୍ରତିଶତ କମ୍ ଦରମା ପାଇବେ ସାଂସଦ
ସଂସଦର ସଦସ୍ୟଙ୍କ ବେତନ ଗୋଟେ ବର୍ଷ ପାଇଁ 30 ପ୍ରତିଶତ କମ୍ କରିବାକୁ ଏକ ଅଧ୍ୟାଦେଶ ମଙ୍ଗଳବାର ଘୋଷଣା କରାଯାଇଛି ।
କୋରୋନା ମୁକାବିଲା
ଏହି ବେତନ, ଭତ୍ତା ଓ ପେନସନ ଅଧ୍ୟାଦେଶ, 2020 ଏପ୍ରିଲରୁ ତୁରନ୍ତ ଲାଗୁ କରାଯିବ । ଏହି ଅଧ୍ୟାଦେଶ 1954ର ଦରମା, ଭତ୍ତା ଓ ପେନସନ ଆକ୍ଟରେ ଯୋଡି ହେବ । ସଂସଦର ସଦସ୍ୟଙ୍କ ଦରମା କମ୍ କରିବା ନେଇ ଏହି ଅଧ୍ୟାଦେଶ ଜାରି ହୋଇଛି ।
ଉପ-ଧାରା (୧) ଅନୁଯାୟୀ ସଂସଦର ସଦସ୍ୟମାନଙ୍କୁ ଦିଆଯାଉଥିବା ଦରମା 30 ପ୍ରତିଶତ ହ୍ରାସ ପାଇବ। ଏହା ଏପ୍ରିଲ 1, 2020 ଠାରୁ ଆରମ୍ଭ ହୋଇଛି। କୋରୋନା ଭାଇରସ (COVID-19) ମହାମାରୀ କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି ।