ଓଡିଶା

odisha

ETV Bharat / bharat

କୋର୍ଟଙ୍କ ନିର୍ଦ୍ଦେଶ, ଜେଲରେ ଉମର ଖାଲିଦଙ୍କୁ ଯୋଗାଇ ଦିଆଯିବ ସମସ୍ତ ସୁରକ୍ଷା

ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଜେଏନୟୁ ପୂର୍ବତନ ଛାତ୍ର ନେତା ଓମର ଖାଲିଦଙ୍କୁ ସୁରକ୍ଷା ଯୋଗାଇବା ପାଇଁ ତିହାର ଜେଲ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

By

Published : Oct 5, 2020, 1:25 PM IST

ଦିଲ୍ଲୀର ପଟିଆଲା ହାଉସ କୋର୍ଟ
ଦିଲ୍ଲୀର ପଟିଆଲା ହାଉସ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଜେଏନୟୁ ପୂର୍ବତନ ଛାତ୍ର ନେତା ଓମର ଖାଲିଦଙ୍କୁ ସୁରକ୍ଷା ଯୋଗାଇବା ପାଇଁ ତିହାର ଜେଲ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଡ୍ୟୁଟି ମାଜିଷ୍ଟ୍ରେଟ୍ ଦେବ୍ ସରୋହା ଉମର ଖାଲିଦଙ୍କୁ 14 ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉମର ଖାଲିଦଙ୍କ ପୋଲିସ ହେପାଜତ ଶେଷ ହୋଇଥିଲା। ଏହାପରେ କ୍ରାଇମବ୍ରାଞ୍ଚ ତାଙ୍କୁ ତିହାର ଜେଲ ପରିସରରେ ଡ୍ୟୁଟି ମାଜିଷ୍ଟ୍ରେଟ ଦେବ୍ ସରୋହାଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଉମର ଖାଲିଦଙ୍କ ଓକିଲ ସାନ୍ୟା କୁମାର ଏବଂ ରକ୍ଷାନ୍ଦା ଡେକା ଜେଲରେ ଥିବା ସମୟରେ ସୁରକ୍ଷା ଯୋଗାଇବାକୁ ଚେଷ୍ଟା କରିଥିଲେ।

ଓକିଲ କହିଛନ୍ତି ଯେ ହାଇକୋର୍ଟଙ୍କ 2016 ନିର୍ଦ୍ଦେଶ ଅନୁଯାୟୀ ଉମର ଖାଲିଦଙ୍କୁ ଚଷମା ପିନ୍ଧିବାକୁ ଅନୁମତି ଦିଆଯାଉ। ସେ ସପ୍ତାହରେ ଦୁଇଥର ଅଧ ଘଣ୍ଟା ପାଇଁ ଆଇନଗତ ସାକ୍ଷାତକାର ମାଗିଥିଲେ। ଉମର ଖାଲିଦଙ୍କ ଅନୁଯାୟୀ, ଜେଲ ନିୟମ-627 ଅନୁଯାୟୀ ତାଙ୍କୁ ଆଇନଗତ ସାକ୍ଷାତକାର ସମୟରେ ହେଡଫୋନ୍ ବ୍ୟବହାର କରିବାକୁ ଅନୁମତି ଦିଆଯିବା ଉଚିତ୍। ଏହାବ୍ୟତୀତ ଜେଲ ଭିତରେ ପଢିବା ପାଇଁ ବହି ଗୁଡିକୁ ବାହାରୁ ଅର୍ଡର କରିବାକୁ ଦିଆଯିବା ଉଚିତ୍ ।

ଜେଲ ନିୟମ ଅନୁଯାୟୀ ସମସ୍ତ ସୁବିଧା ଯୋଗାଇଦେବାକୁ ଉମର ଖାଲିଦଙ୍କ ଆବେଦନକୁ ବିଚାର କରି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନ୍ୟାୟିକ ହେପାଜତ ସମୟରେ ଖାଲିଦଙ୍କୁ ସୁରକ୍ଷା ଯୋଗାଇବା ଏବଂ ତାଙ୍କର କୌଣସି ଅନିଷ୍ଟ ନକରିବାକୁ କୋର୍ଟ ତିହାର ଜେଲ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details