ପୁନେ: କେରଳ ପରେ ମହାରାଷ୍ଟ୍ର ଛୁଇଁଛି ଏବର୍ଷର ପ୍ରଥମ ମୌସୁମୀ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହ ସୂଚନା ଦିଆଯାଇଛି । ଜୁନ୍ 15 ସୁଦ୍ଧା ଏହା ସମ୍ପୂର୍ଣ୍ଣ ରାଜ୍ୟରେ ପ୍ରଭାବ ବିସ୍ତାର କରିବ ବୋଲି ପାଣିପାଗ ବିଭାଗ କହିଛି ।
ମହାରାଷ୍ଟ୍ରରେ ମୌସୁମୀର ପ୍ରବେଶ - Maharashtra Monsoon
ଗୋଆ ଦେଇ ସୋଲାପୁରରେ ପ୍ରବେଶ କରିଛି ମୌସୁମୀ । ଆଗାମୀ 2ରୁ 3 ଦିନ ଯାଏଁ ଏହାର ପ୍ରଭାବରେ ଗୋଆ ଓ ମଧ୍ୟ ମହାରାଷ୍ଟ୍ରରେ ଭୀଷଣ ବର୍ଷା ଲାଗି ରହିବ । ଅଧିକ ପଢନ୍ତୁ...

ଗୁରୁବାର କୋଙ୍କାଣ ପାଇଁ ଓରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହାସହ ମହାରାଷ୍ଟ୍ରରେ ମୌସୁମୀ ପ୍ରବେଶ କରିଛି ବୋଲି ସୂଚନା ଦେଇଛି । କୋଙ୍କାଣ ସମେତ ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଆଉ 4 ଦିନ ପରେ ସମଗ୍ର ରାଜ୍ୟରେ ଏହା ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ କହିଛି ।
ଗୋଆ ଦେଇ ସୋଲାପୁରରେ ପ୍ରବେଶ କରିଛି ମୌସୁମୀ । ଆଗାମୀ 2ରୁ 3 ଦିନ ଯାଏଁ ଏହାର ପ୍ରଭାବରେ ଗୋଆ ଓ ମଧ୍ୟ ମହାରାଷ୍ଟ୍ରରେ ଭୀଷଣ ବର୍ଷା ଲାଗି ରହିବ । ସେହିପରି ପୁନେର ସମସ୍ତ ଉପକୂଳ ଅଞ୍ଚଳରେ ଏହି ମୌସୁମୀର ପ୍ରଭାବ ରହିବ । ସେଥିପାଇଁ ଏସବୁ ଅଞ୍ଚଳରେ ମଧ୍ୟ ଓରେଞ୍ଜ ଆଲର୍ଟ ଜାରି ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।