ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ସିଏଏ, ଏନଆରସି, ଏନପିଆର, ଜାମିଆ ଏବଂ ଶାହିନ ବାଗ ଗୁଳିକାଣ୍ଡ ନେଇ ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାରେ ବିରୋଧୀ ଦଳ ସଦସ୍ୟଙ୍କ ପକ୍ଷରୁ ପ୍ରବଳ ହଟ୍ଟଗୋଳ ହୋଇଛି। ଲୋକସଭାରେ ଜାମିଆ ଗୁଳିକାଣ୍ଡ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ । ସେ କହିଛନ୍ତି, ଭାରତର ସାଧାରଣ ଲୋକ ସମ୍ବିଧାନର ରକ୍ଷା କରିବା ପାଇଁ ବିରୋଧ କରୁଛନ୍ତି ଏବଂ ଜାତୀୟ ସଂଗୀତ ଗାଉଛନ୍ତି । କିନ୍ତୁ ସେମାନଙ୍କୁ ପ୍ରଦର୍ଶନ ସ୍ଥଳରୁ ଉଠାଇ ନିଆଯାଉଛି । ସେମାନଙ୍କୁ ନିର୍ଦୟ ଭାବରେ ମାରି ଦିଆଯାଉଛି । ସେମାନଙ୍କ ଉପରେ ଗୁଳି ଚଲାଯାଉଛି ବୋଲି ସେ କହିଛନ୍ତି ।
ଜାମିଆ ଓ ଶାହିନ ବାଗ ଗୁଳିକାଣ୍ଡକୁ ନେଇ ଲୋକସଭାରେ ହଙ୍ଗାମା
ଲୋକସଭାରେ ଜାମିଆ ଗୁଳିକାଣ୍ଡ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ । ଅନ୍ୟପକ୍ଷରେ ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ଅଧ୍ୟକ୍ଷ ଅସଦୁଦ୍ଦୀନ ଓୱେସୀ ମଧ୍ୟ ଲୋକସଭାରେ ଶାହିନ ବାଗ ଏବଂ ଜାମିଆରେ ହୋଇଥିବା ଗୁଳିକାଣ୍ଡ ପ୍ରସଙ୍ଗ ଉଠାଇଛନ୍ତି । ଅଧିକ ପଢନ୍ତୁ...
ଅନ୍ୟପକ୍ଷରେ ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ଅଧ୍ୟକ୍ଷ ଅସଦୁଦ୍ଦୀନ ଓୱେସୀ ମଧ୍ୟ ଲୋକସଭାରେ ଶାହିନ ବାଗ ଏବଂ ଜାମିଆରେ ହୋଇଥିବା ଗୁଳିକାଣ୍ଡ ପ୍ରସଙ୍ଗ ଉଠାଇଛନ୍ତି । ଜାମିଆ ଛାତ୍ରଛାତ୍ରୀଙ୍କ ସମର୍ଥନରେ ସେ କହିଛନ୍ତି, ଆମେ ଜାମିଆର ଛାତ୍ରଛାତ୍ରୀଙ୍କ ସହ ଅଛୁ । ସେମାନଙ୍କ ଉପରେ ଅତ୍ୟାଚାର କରାଯାଉଛି । ପିଲାମାନଙ୍କୁ ମାରିବା ପାଇଁ ସେମାନଙ୍କୁ ଲଜ୍ୟା ଲାଗୁନାହିଁ । ସେମାନଙ୍କୁ ଗୁଳିମାଡ କରାଯାଉଛି ବୋଲି ସେ କହିଛନ୍ତି । ସେପଟେ ଏହି ପ୍ରସଙ୍ଗ ଉପରେ ରାତି 12ଟା ପୂର୍ବରୁ ଚର୍ଚ୍ଚା ହେବ ବୋଲି ବିରୋଧୀ ଦଳଙ୍କୁ ଆଶ୍ବାସନା ଦେଇଛନ୍ତି ବାଚସ୍ପତି ।
ତେବେ ହଙ୍ଗାମା ମଧ୍ୟରେ ଲୋକସଭାକୁ ଅପରାହ୍ନ 1ଟା30 ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ବାଚସ୍ପତି ।