ନୂଆଦିଲ୍ଲୀ: ସୋମବାର ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବା ମାତ୍ରେ ଲୋକସଭାରେ ହଙ୍ଗାମା କରିଛନ୍ତି ବିରୋଧୀ ଦଳ ସାଂସଦ । ଲେକସଭାରେ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ସାଂସଦ ଜାମିଆ ଏବଂ ଶାହିନ ବାଗ ଅଞ୍ଚଳରେ ହୋଇଥିବା ଗୁଣିକାଣ୍ଡ ବିରଧରେ ନାରାବାଜି କରିଛନ୍ତି । ଗୃହକାର୍ଯ୍ୟ ଆରମ୍ଭ ହେବାପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଭାଷଣ ଦେବାକୁ ଉଠିଥିଲେ । ଏହି ସମୟରେ ବିରୋଧୀ ସାଂସଦମାନେ ଚିତ୍କାର କରି 'ଗୁଳି ମାରିବା ବନ୍ଦ କର' ଏବଂ 'ଦେଶ ଭାଙ୍ଗିବା ବନ୍ଦ କର' ବୋଲି କହିଥିଲେ । ତେବେ ଗୃହରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ସେମାନଙ୍କୁ ଅନୁରୋଧ କରିଛନ୍ତି ବାଚସ୍ପତି ଓମ୍ ବିରଲା ।
ସେପଟେ ସଦସ୍ୟଙ୍କ ହୋହଲ୍ଲା ପାଇଁ ରାଜ୍ୟସଭାକୁ ଦିନ ୧୨ଟା ଯାଏଁ ମୁଲତବି ରଖିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ । ଏହା ପୂର୍ବରୁ କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳ ମୁଲତବି ପ୍ରସ୍ତାବ ଦେଇ ସିଏଏ ବିରୋଧରେ ଜାରି ରହିଥିବା ପ୍ରଦର୍ଶନ ଏବଂ ଜାମିଆରେ ଲଗାତାର ହେଉଥିବା ଗୁଳିକାଣ୍ଡ ଉପରେ ଚର୍ଚ୍ଚା କରିବାକୁ ଦାବି କରିଥିଲେ ।