ଓଡିଶା

odisha

ଆଜି ସନ୍ଧ୍ୟା 5 ଟାରେ ରାଷ୍ଟ୍ରପତିଙ୍କୁ ଭେଟିବେ ବିରୋଧୀ

କୃଷି ବିଲ ସମ୍ବନ୍ଧୀୟକୁ ନେଇ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ ବିରୋଧୀ ଦଳ । ଏହା ପୂର୍ବରୁ ବିରୋଧୀ ଦଳ ଗୁଲାମ ନବୀ ଆଜାଦଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ କରିଛନ୍ତି । ଅଧିକ ପଢନ୍ତୁ...

By

Published : Sep 23, 2020, 12:50 PM IST

Published : Sep 23, 2020, 12:50 PM IST

Updated : Sep 23, 2020, 1:36 PM IST

ଆଜି ସନ୍ଧ୍ୟା 5 ଟାରେ ରାଷ୍ଟ୍ରପତିଙ୍କୁ ଭେଟିବେ ବିରୋଧୀ
ଆଜି ସନ୍ଧ୍ୟା 5 ଟାରେ ରାଷ୍ଟ୍ରପତିଙ୍କୁ ଭେଟିବେ ବିରୋଧୀ

ନୂଆଦିଲ୍ଲୀ: କୃଷି ସମ୍ବନ୍ଧୀୟ ବିଲକୁ ନେଇ ବିରୋଧୀଙ୍କ ବିରୋଧ ଜାରି ରହିଛି । ଆଜି(ବୁଧବାର) ମଧ୍ୟ ରାଜ୍ୟସଭାକୁ ବୟକଟ କରିଛନ୍ତି। ସଂସଦରେ ପାରିତ ହୋଇଥିବା କୃଷି ବିଲ୍ ଉପରେ ପରବର୍ତ୍ତୀ ରଣନୀତି ଆଲୋଚନା ନେଇ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସେପଟେ ଆଜି ସନ୍ଧ୍ୟା 5ଟାରେ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ବିରୋଧୀଙ୍କୁ ଅନୁମିତ ମିଳିଛି । କେବଳ 5ଟି ବିରୋଧୀ ଦଳ ନେତା ସାକ୍ଷାତ କରିପାରିବେ ।

କୃଷି ସମ୍ବନ୍ଧୀୟ ତିନୋଟି ବିଲ କୃଷି ଉତ୍ପାଦ ବ୍ୟବସାୟ ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସୁବିଧା) ବିଲ- 2020, ମୂଲ୍ୟ ଆଶ୍ବାସନା ଏବଂ କୃଷି ସେବା ଉପରେ କୃଷକ(ସଶକ୍ତିକରଣ ଓ ସୁରକ୍ଷା) ଚୁକ୍ତି ବିଲ-2020 ଓ ଅତ୍ୟାବଶ୍ୟକୀୟ ବସ୍ତୁ ବିଧେୟକ 2020 ଉଭୟ ରାଜ୍ୟସଭା ଓ ଲୋକସଭାରେ ପାରିତ ହୋଇଛି ।

ରାଷ୍ଟ୍ରପତିଙ୍କ ସାକ୍ଷାତ କରି କୃଷି ବିଲ 2020 କୁ ସ୍ବୀକୃତି ନ ଦେବାକୁ ବିରୋଧୀ ଅପିଲ କରିବେ ବୋଲି ଜଣାପଡିଛି । ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ କୃଷି ବିଲ ବାବଦରେ ଚିଠି ଲେଖିଛନ୍ତି । ରାଜ୍ୟସଭାରେ ଯେଉଁ ବିଲ ପାରିତ ହୋଇଛି ସେଥିରେ ପ୍ରକ୍ରିୟାଗୁଡିକୁ ପାଳନ କରାଯାଇନାହିଁ । ତେଣୁ ଏହି ବିଲ ଉପରେ ରାଷ୍ଟ୍ରପତି ମୋହର ନ ମାରିବା ପାଇଁ ସେ ଚିଠି ମାଧ୍ୟମରେ କହିଛନ୍ତି ।

ମଙ୍ଗଳବାର ସଂସଦ ଦ୍ବାରା ପାରିତ ହୋଇଥିବା କୃଷି ବିଲ ପ୍ରତ୍ୟାହାର ଦାବି ଗ୍ରହଣ ନ ହେବାରୁ ବିରୋଧୀ ଲୋକସଭା ଅଧିବେଶନକୁ ବୟକଟ କରିଛନ୍ତି । ରାଜ୍ୟସଭାରେ ମଧ୍ୟ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ ତିନୋଟି ସର୍ତ୍ତ ରଖି ଗୃହତ୍ୟାଗ କରିଥିଲେ । ରବିବାର ଏହି ବିଲକୁ ବିରୋଧ କରି ଗୃହରେ ବିଶୃଙ୍ଖଳା ଆଚରଣ କରିଥିବା 8 ଜଣ ସାଂସଦଙ୍କୁ ଅଧ୍ୟକ୍ଷ ସପ୍ତାହେ ପାଇଁ ନିଲମ୍ବିତ କରିଥିଲେ । ଯାହାକୁ ନେଇ ମଧ୍ୟ ବିରୋଧ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Last Updated : Sep 23, 2020, 1:36 PM IST

ABOUT THE AUTHOR

...view details