ଓଡିଶା

odisha

ବିପିସିଏଲ ଘରୋଇକରଣ ନେଇ ସଂସଦରେ ଗର୍ଜିଲା କଂଗ୍ରେସ

By

Published : Nov 21, 2019, 3:52 PM IST

ଲୋକସଭାର ପ୍ରଶ୍ନକାଳ ସମୟରେ  ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ), ପିଏସୟୁର ଘରୋଇକରଣ ଏବଂ  ଇଲେକ୍ଟୋରାଲ ବଣ୍ଡ୍‌  ଆଦି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଘେରିଥିଲା କଂଗ୍ରେସ।   ଏନେଇ କଂଗ୍ରେସ ସଦସ୍ୟ ବେଲ ଅଫ ଦ ହାଉସରେ 15 ମିନିଟ ପର୍ଯ୍ୟନ୍ତ ନାରାବାଜୀ କରିବା ସହ ବିରୋଧ ପ୍ରଦର୍ଶନ କରିଥିଲେ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ଗୁରୁବାର ବିଭିନ୍ନ ପ୍ରସଙ୍ଗ ନେଇ ଉଭୟ ଗୃହରେ ମୁହାଁମୁହିଁ ହୋଇଛନ୍ତି ବିଜେପି-କଂଗ୍ରେସ । ଲୋକସଭାର ପ୍ରଶ୍ନକାଳ ସମୟରେ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ), ପିଏସୟୁର ଘରୋଇକରଣ ଏବଂ ଇଲେକ୍ଟୋରାଲ ବଣ୍ଡ୍‌ ଆଦି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଘେରିଥିଲା କଂଗ୍ରେସ । ଇଲେକ୍ଟୋରାଲ ବଣ୍ଡ୍‌ ଜାରି କରି ସରକାର ଭ୍ରଷ୍ଟାଚାରକୁ ସ୍ବୀକୃତି ଦେଇଛନ୍ତି ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଏନେଇ କଂଗ୍ରେସ ସଦସ୍ୟ ବେଲ ଅଫ ଦ ହାଉସରେ 15 ମିନିଟ ପର୍ଯ୍ୟନ୍ତ ନାରାବାଜୀ କରିବା ସହ ବିରୋଧ ପ୍ରଦର୍ଶନ କରିଥିଲେ । ପରେ ଲୋକସଭା ବାଚସ୍ପତି ଓମ ବିର୍ଲା ସେମାନଙ୍କ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି ଆଶ୍ବାସନା ଦେବା ପରେ ସେମାନେ ନିଜ ଆସନକୁ ଫେରିଥିଲେ ।

ଏନେଇ କଂଗ୍ରେସର ଲୋକସଭା ଅଧ୍ୟକ୍ଷ ଅଧୀର ରଞ୍ଜନ ଚୌଧୁରୀ କହିଥିଲେ, ଇଲେକ୍ଟୋରାଲ ବଣ୍ଡ୍‌ ଜରିଆରେ ଦେଶରେ ଲୁଟ ହେଉଛି । ଏହା ବହୁତ ବଡ ଭ୍ରଷ୍ଟାଚାର । ଆମ ସମସ୍ୟା ଉପରେ ଗୁରୁତ୍ବ ଦିଆଯାଉ । ଆମକୁ ଆମ ପକ୍ଷ ରଖିବାର ସୁଯୋଗ ଦିଆଯାଉ ବୋଲି ସେ କହିଥିଲେ । ସେପଟେ ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସପକ୍ଷରେ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦି ସବୁଠୁ ସ୍ବଚ୍ଛ ସରକାର ଚଳାଉଛନ୍ତି । ତାଙ୍କ କାର୍ଯ୍ୟକାଳରେ ଭ୍ରଷ୍ଟାଚାର ହେବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଥିଲେ । ଏହା ପରେ ଅଧୀର ରଞ୍ଜନ ଚୌଧୁରୀ ଯୋଶୀଙ୍କୁ ପାଲଟା ଜବାବ ଦେଇଥିଲେ ।

ABOUT THE AUTHOR

...view details