ଓଡିଶା

odisha

ETV Bharat / bharat

ଅପରେସନ ବ୍ଲୁ ଷ୍ଟାରକୁ ପୂରିଲା 35 ବର୍ଷ - Operation Blue Star

ଅପରେସନ ବ୍ଲୁ ଷ୍ଟାରକୁ ଆଜି(ଗୁରୁବାର) ପୂରୁଛି 35 ବର୍ଷ । ଅମୃତସରର ସ୍ବର୍ଣ୍ଣ ମନ୍ଦିରରେ 3000 ସୁରକ୍ଷାକର୍ମୀ ମୁତୟନ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ANI

By

Published : Jun 6, 2019, 11:54 AM IST

ଅମୃତସର: ଅପରେସନ ବ୍ଲୁ ଷ୍ଟାରକୁ ଆଜି(ଗୁରୁବାର) ପୂରୁଛି 35 ବର୍ଷ । 1984 ମସିହାର ଆଜିର ଦିନରେ ଅପରେସନ ବ୍ଲୁ ଷ୍ଟାରର ଅସଲ ଲଢେଇ ଆରମ୍ଭ ହୋଇଥିଲା । ତେବେ ଏହି ଅବସରରେ ବାର୍ଷିକୀ ପାଳନ ହେବାକୁ ଥିବାରୁ ପଞ୍ଜାବରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେଥିପାଇଁ ସ୍ବର୍ଣ୍ଣ ମନ୍ଦିରରେ 3000 ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି ।

ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୂଚାରୁ ରୂପେ ପରିଚାଳନା କରିବାକୁ ପୋଲିସ ମୁତୟନ ରହିଥିବା ଦେଖାଦେଇଛି । ଏହା ସହ ବିଭିନ୍ନ ସ୍ଥାନରେ ଫ୍ଲାଗ୍‌ ମାର୍ଚ୍ଚ କରାଯାଇଛି । ଅତି ସମ୍ବେଦନଶୀଳ ସ୍ଥାନ ଗୁଡିକରେ ସିସିଟିଭି ଲଗାଯାଇଛି ।

ସହରର ପ୍ରବେଶ ଓ ପ୍ରସ୍ଥାନ ଜାଗାରେ ପୋଲିସ ମୁତୟନ ହେବା ସହ ଏୟାରପୋର୍ଟ, ରେଲୱେ ଷ୍ଟେସନରେ ମଧ୍ୟ ପୋଲିସ ମୁତୟନ କରାଯାଇଛି । ପୋଲିସ ସହ ଏସଜିପିସି ମଧ୍ୟ ମନ୍ଦିର ସହ ଅନ୍ୟ ସ୍ଥାନରେ ମୁତୟନ ହୋଇଛନ୍ତି ।

ସୂଚନାଥାଉକି, 1984 ମସିହାରେ ଆତଙ୍କବାଦୀ ଜର୍ଣ୍ଣେଲ ସିଂହ ଭିଣ୍ଡରାୱାଲେଙ୍କ ନେତୃତ୍ବରେ କିଛି ଆତଙ୍କବାଦୀ ସ୍ବର୍ଣ୍ଣ ମନ୍ଦିରକୁ ନିଜ କବଜାରେ ରଖିଥିଲେ । ତେବେ ଜୁନ 1 ତାରିଖରୁ ଭାରତୀୟ ସେନା ଏହାକୁ ନିଜ କବଜାକୁ ନେବାକୁ ପ୍ରୟାସ କରିଥିଲା । ଜୁନ 6 ତାରିଖରେ ଅସଲ ଲଢେଇ ଆରମ୍ଭ ହୋଇ ଜୁନ 8 ତାରିଖରେ ଶେଷ ହୋଇଥିଲା । ସ୍ବର୍ଣ୍ଣ ମନ୍ଦିରକୁ ଭାରତ ପୁଣି ନିଜ କବଜାକୁ ଆଣିଥିଲା ।

ABOUT THE AUTHOR

...view details