ନୂଆଦିଲ୍ଲୀ: କୋରୋନା ଚ୍ୟାଲେଞ୍ଜ ପାଇଁ ଦିଲ୍ଲୀ ପ୍ରସ୍ତୁତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପ୍ରାୟ ସମସ୍ତ ଜିଲ୍ଲାକୁ ରେଡ ଜୋନ ଘୋଷଣା ପରେ ସେ ଏପରି କହିଛନ୍ତି । କାରଣ କିଛି ଜିଲ୍ଲା ଅରେଞ୍ଜ ଏବଂ ଗ୍ରୀନ ଜୋନରେ ଥିଲେ ସେଠାରେ ଅର୍ଥନୀତିକୁ ଲକ୍ଷ୍ୟକରି କିଛି ବ୍ୟବସାୟ ଆଦି ଆରମ୍ଭ କରାଯାଇ ପାରିଥାନ୍ତା ।
କୋରୋନା ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ଦିଲ୍ଲୀ: କେଜ୍ରିୱାଲ - delhi corona fight
କୋରୋନା ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ଦିଲ୍ଲୀ ବୋଲି କହିଲେ କେଜ୍ରିୱାଲ । ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏପରି ମନ୍ତବ୍ୟ ଦେଇଛନ୍ତି । ଅଧିକ ପଢନ୍ତୁ....
ଏନେଇ ମୁଁ କେନ୍ଦ୍ର ସରକାରଙ୍କୁ ଅବଗତ କରିବି । ତାଙ୍କ ସହ ଆଲୋଚନା ପରେ ଦିଲ୍ଲୀରେ ନିୟମ କୋହଳ କରିବା ନେଇ ନିଷ୍ପତ୍ତି ନିଆଯିବ । ମୁଁ ଆଶା କରୁଛି କେନ୍ଦ୍ର ସରକାର ମୋର ପ୍ରସ୍ତାବକୁ ଗ୍ରହଣ କରିବେ । କୋରୋନା ସହ ଲଢିବାକୁ ଦିଲ୍ଲୀରେ ସ୍ବାସ୍ଥ୍ୟ ଭିତ୍ତିଭୂମି ସଂପୂର୍ଣ୍ଣ ଦୃଢ କରାଯାଇଛି । କେବଳ ସରକାର ଯଦି କଣ୍ଟେନମେଣ୍ଚ ଜୋନରେ ଅଡ-ଇଭେନ ନୀତି ଅନୁସାରେ ଦୋକାନ ଖୋଲିବା ନେଇ ଅନୁମତି ଦିଅନ୍ତି ତେବେ କିଛି ଲାଭ ହୁଅନ୍ତା ।
ଅନ୍ୟପଟେ ରାଜଧାନୀରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ଚାକିରି ଯୋଗାଇଦେବୁ ବୋଲି କେଜ୍ରିୱାଲ କହିଛନ୍ତି । ମୁଖ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ।