ଓଡିଶା

odisha

By

Published : Apr 16, 2020, 9:38 AM IST

ETV Bharat / bharat

ଗୋଆ ପାଇଁ ଖୁସି ଖବର: 6 ଆକ୍ରାନ୍ତ ସୁସ୍ଥ, 12 ଦିନରେ ଶୂନ ପଜିଟିଭ

ଗୋଆରେ ଏପର୍ଯ୍ୟନ୍ତ ମୋଟ 7ଟି କୋଭିଡ 19 ପଜିଟିଭ କେସ ବାହାରିଥିଲା । ସେଥିରୁ 5 ଜଣ ଆକ୍ରାନ୍ତ ପୂର୍ବରୁ ସୁସ୍ଥ ହୋଇସାରିଥିଲେ । ଅଧିକ ପଢନ୍ତୁ...

ଗୋଆ ପାଇଁ ଖୁସି ଖବର: 6 ଆକ୍ରାନ୍ତ ସୁସ୍ଥ, 12 ଦିନରେ ଶୂନ ପଜିଟିଭ
ଗୋଆ ପାଇଁ ଖୁସି ଖବର: 6 ଆକ୍ରାନ୍ତ ସୁସ୍ଥ, 12 ଦିନରେ ଶୂନ ପଜିଟିଭ

ପାଣାଜୀ: କୋରୋନା ଆତଙ୍କରୁ ସାମାନ୍ୟ ଆଶ୍ବସ୍ତି ହୋଇଛି ଗୋଆ । ରାଜ୍ୟ ପାଇଁ ବୁଧବାର ଆଣିଛି ଖୁସି ଖବର । 6 ନମ୍ବର କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ସୂଚନା ଦେଇଛନ୍ତି ।

ଗୋଆରେ ଏପର୍ଯ୍ୟନ୍ତ ମୋଟ 7ଟି କୋଭିଡ 19 ପଜିଟିଭ କେସ ବାହାରିଥିଲା । ସେଥିରୁ 5 ଜଣ ଆକ୍ରାନ୍ତ ପୂର୍ବରୁ ସୁସ୍ଥ ହୋଇସାରିଥିଲେ । ବୁଧବାର 6 ନମ୍ବର ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଶେଷ ରିପୋର୍ଟ ନେଗେଟିଭ ପରେ ତାଙ୍କର 14 ଦିନିଆ ତତ୍ତ୍ବାବଧାନ ସମୟ ଶେଷ ହୋଇଛି । ଏହାସହ ସେ ଘରକୁ ଫେରିଥିବା ଟ୍ବିଟରରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଫଳରେ ଏବେ ରାଜ୍ୟରେ ମାତ୍ର ଜଣେ ଆକ୍ରାନ୍ତ ଅଛନ୍ତି । ତାଙ୍କର ଜୋରସୋରରେ ଚିକିତ୍ସା ଚାଲିଛି । ସେ ଖୁବଶିଘ୍ର ସୁସ୍ଥ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ତେବେ 12 ଦିନରେ ଗୋଆରେ ଗୋଟିଏ ବି ପଜିଟିଭ କେସ ବାହାରିନାହିଁ । ଗତ ଏପ୍ରିଲ 3ରେ ଶେଷ କୋରୋନା ଆକ୍ରାନ୍ତ ବ୍ୟକ୍ତି ସ୍ପଷ୍ଟ ହୋଇଥିଲେ । ଏହାପରେ ସରକାରଙ୍କ କଡା ପଦକ୍ଷେପ ଯୋଗୁଁ ଆଉ କୌଣସି ପଜିଟିଭ ନଥିବା ପ୍ରମୋଦ କହିଛନ୍ତି ।

ସୌଜନ୍ୟ@ANI

ABOUT THE AUTHOR

...view details