ଓଡିଶା

odisha

ETV Bharat / bharat

ଶିବରାଜଙ୍କ ବଡ ଘୋଷଣା, କେବଳ ମଧ୍ୟପ୍ରଦେଶର ଯୁବକଙ୍କୁ ମିଳିବ ସରକାରୀ ଚାକିରି - କେବଳ ମଧ୍ୟ ପ୍ରଦେଶର ଯୁବକଙ୍କୁ ମିଳିବ ସରକାରୀ ଚାକିରି

ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ ମଙ୍ଗଳବାର ରାଜ୍ୟର ସରକାରୀ ଚାକିରିକୁ ନେଇ ବଡ ଘୋଷଣା କରିଛନ୍ତି। ଶିବରାଜ କହିଛନ୍ତି ରାଜ୍ୟର ସରକାରୀ ଚାକିରି ଏବେ କେବଳ ରାଜ୍ୟର ଯୁବକଙ୍କୁ ହିଁ ଦିଆଯିବ ଏବଂ ଏଥିପାଇଁ ଆବଶ୍ୟକ ଆଇନଗତ ପରିବର୍ତ୍ତନ ଶୀଘ୍ର ଆରମ୍ଭ କରାଯିବ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...

ଶିବରାଜଙ୍କ ବଡ ଘୋଷଣା, କେବଳ ମଧ୍ୟ ପ୍ରଦେଶର ଯୁବକଙ୍କୁ ମିଳିବ ସରକାରୀ ଚାକିରି
ଶିବରାଜଙ୍କ ବଡ ଘୋଷଣା, କେବଳ ମଧ୍ୟ ପ୍ରଦେଶର ଯୁବକଙ୍କୁ ମିଳିବ ସରକାରୀ ଚାକିରି

By

Published : Aug 18, 2020, 5:47 PM IST

ଭୋପାଳ: ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ ମଙ୍ଗଳବାର ରାଜ୍ୟର ସରକାରୀ ଚାକିରିକୁ ନେଇ ବଡ ଘୋଷଣା କରିଛନ୍ତି। ଶିବରାଜ କହିଛନ୍ତି ରାଜ୍ୟର ସରକାରୀ ଚାକିରି ଏବେ କେବଳ ରାଜ୍ୟର ଯୁବକଙ୍କୁ ହିଁ ଦିଆଯିବ ଏବଂ ଏଥିପାଇଁ ଆବଶ୍ୟକ ଆଇନଗତ ପରିବର୍ତ୍ତନ ଶୀଘ୍ର ଆରମ୍ଭ କରାଯିବ ବୋଲି ସେ କହିଛନ୍ତି। ଏହା ସହ ରାଜ୍ୟର ସମ୍ବଳ ରାଜ୍ୟର ପିଲାଙ୍କ ପାଇଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ରାଜ୍ୟର 27 ଟି ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ବିଧାନସଭା ଉପ-ନିର୍ବାଚନ ପୂର୍ବରୁ ସିଏମ୍ ଶିବରାଜ ସିଂ ଚୌହାନ ଅନେକ ଲୋକପ୍ରିୟ ଘୋଷଣା କରୁଛନ୍ତି। ଏହାପୂର୍ବରୁ ସିଏମ ଶିବରାଜ ଘୋଷଣା କରିଥିଲେ ଯେ ଆଦିବାସୀମାନଙ୍କୁ ସାହୁକାରଙ୍କ କବଳରୁ ରକ୍ଷା କରିବା ପାଇଁ ଆମେ ଏକ ନୂତନ ନିୟମ ଆଣୁଛୁ। ଶିବରାଜ ସରକାରଙ୍କ ତରଫରୁ ଆସୁଥିବା ନୂତନ ନିୟମ ଅନୁଯାୟୀ, ଅଗଷ୍ଟ 15, 2020 ପର୍ଯ୍ୟନ୍ତ 89 ଟି ଅଧିସୂଚିତ କ୍ଷେତ୍ରରେ ଅନୁସୂଚିତ ଜନଜାତିର ବ୍ୟକ୍ତିଙ୍କୁ ବିନା ଲାଇସେନ୍ସଧାରୀ ସାହୁକାରଙ୍କଠାରୁ ନିଆଯାଇଥିବା ଋଣ ପରିଶୋଧ କରିବାକୁ ପଡିବ ନାହିଁ। ବର୍ତ୍ତମାନ ଋଣ ପରିଶୋଧ ପାଇଁ ଅର୍ଥଦାତାମାନେ ଚାପ ମଧ୍ୟ ପକାଇ ପାରିବେ ନାହିଁ । କେବଳ ଏତିକି ନୁହେଁ, ଯଦି କୌଣସି ଦ୍ରବ୍ୟ କିମ୍ବା ଦଲିଲକୁ ଋଣ ବଦଳରେ ବନ୍ଧା ରଖାଯାଇଥାଏ , ତେବେ ସେମାନଙ୍କୁ ମଧ୍ୟ ଫେରସ୍ତ କରିବାକୁ ପଡ଼ିବ ।

ଏହା ପୂର୍ବରୁ ଗତ ବର୍ଷ ଜୁଲାଇରେ କଂଗ୍ରେସ ଶାସନକାଳରେ ମୁଖ୍ୟମନ୍ତ୍ରୀ ରହିଥିବା କମଲନାଥ କହିଥିଲେ ଯେ, ଘରୋଇ କ୍ଷେତ୍ରରେ ମୋଟ୍ ରୋଜଗାରର ୭୦ ପ୍ରତିଶତ ସ୍ଥାୟୀ ନିବାସୀଙ୍କ ପାଇଁ ସଂରକ୍ଷିତ ରଖାଯିବାର ପ୍ରାବଧାନ କରାଯାଉଛି।

ABOUT THE AUTHOR

...view details