ଓଡିଶା

odisha

ETV Bharat / bharat

'ଦେଶରେ କୋରୋନା ମାମଲା ‘ଗୋଷ୍ଠୀ ସଂକ୍ରମଣ’ ଆଡକୁ ଇଙ୍ଗିତ କରୁଛି'

ଶନିବାର ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, ଦେଶରେ ବହୁ ସଂଖ୍ୟକ କୋରୋନା ମାମଲା ‘ଗୋଷ୍ଠୀ ସଂକ୍ରମଣ’ ଆଡକୁ ଇଙ୍ଗିତ କରୁଛି ।

ଦେଶ କୋରୋନା ମାମଲା ‘ଗୋଷ୍ଠୀ ସଂକ୍ରମଣ’ ଆଡକୁ ଇଙ୍ଗୀତ କରୁଛି
ଦେଶ କୋରୋନା ମାମଲା ‘ଗୋଷ୍ଠୀ ସଂକ୍ରମଣ’ ଆଡକୁ ଇଙ୍ଗୀତ କରୁଛି

By

Published : Sep 19, 2020, 4:53 PM IST

ନୂଆଦିଲ୍ଲୀ: ଦେଶରେ ଅଣାୟତଃ କୋରୋନା ସ୍ଥିତି । ଏହାରି ମଧ୍ୟରେ ଶନିବାର ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, ଦେଶରେ ବହୁ ସଂଖ୍ୟକ କୋରୋନା ମାମଲା ‘ଗୋଷ୍ଠୀ ସଂକ୍ରମଣ’ ଆଡକୁ ଇଙ୍ଗିତ କରୁଛି । କିନ୍ତୁ କେବଳ ଆଇସିଏମଆର ଏବଂ କେନ୍ଦ୍ର ଏହା ଉପରେ ମତ ରଖିପାରିବେ ବୋଲି ମଧ୍ୟ ସେ କହିଛନ୍ତି ।

ଯେତେବେଳେ ଦିଲ୍ଲୀ ସମେତ ଦେଶର ଅନ୍ୟ ରାଜ୍ୟରେ ଏତେ ସଂଖ୍ୟକ କୋରୋନା ମାମଲା ଚିହ୍ନଟ ହେଉଛନ୍ତି । ସେତେବେଳେ ଆମକୁ ସ୍ୱୀକାର କରିବାକୁ ହେବ ଯେ, ଏଠାରେ ଗୋଷ୍ଠୀ ସଂକ୍ରମଣ ହୋଇସାରିଛି ।

ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ ବିଶ୍ୱାସ କରେ ଯେ ସମ୍ପ୍ରଦାୟ ମଧ୍ୟରେ ଏକ ବିସ୍ତାର ହୋଇଛି। ଏହା ସମ୍ପୂର୍ଣ୍ଣ ଟେକ୍ନିକାଲ ଶବ୍ଦ । ଏନେଇ ବୈଜ୍ଞାନିକମାନେ ଭଲ ଭାବରେ କହିପାରିବେ ।

ଦେଶରେ କୋରୋନାରେ ସର୍ବାଧିକ ପ୍ରଭାବିତ ହୋଇଥିବା ରାଜ୍ୟମାନଙ୍କ ମଧ୍ୟରୁ ଦିଲ୍ଲୀ ଅନ୍ୟତମ । ଦିଲ୍ଲୀରେ ବର୍ତ୍ତମାନ 2.35 ଲକ୍ଷ କୋରୋନା ଆକ୍ରାନ୍ତ ଥିବାବେଳେ 4877 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାଛଡା 1.98 ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details