ଓଡିଶା

odisha

କୋରୋନାରୁ କେବଳ ଭଗବାନ ଆମକୁ ବଞ୍ଚାଇବେ: କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ

By

Published : Jul 16, 2020, 1:16 PM IST

କର୍ଣ୍ଣାଟକରେ କୋରୋନା ସ୍ଥିତି ଅସମ୍ଭାଳ ହେଉଥିବା ବେଳେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଭଗବାନ କେବଳ ଆମକୁ କୋରୋନାରୁ ରକ୍ଷା କରି ପାରିବେ ବୋଲି ସେ କହିଛନ୍ତି ।

କୋରୋନାରୁ କେବଳ ଭଗବାନ ଆମକୁ ବଞ୍ଚାଇବେ: କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ
କୋରୋନାରୁ କେବଳ ଭଗବାନ ଆମକୁ ବଞ୍ଚାଇବେ: କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବେଲଗାମ ହେଉଛି କୋରୋନା । ଦିନକୁ ଦିନ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଯାହା ଏବେ ରାଜ୍ୟ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏପରିସ୍ଥଳେ କର୍ଣ୍ଣାଟକ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି । ସ୍ବାସ୍ଥ୍ୟମନ୍ତ୍ରୀ ବି.ଶ୍ରୀରାମୁଲୁ କହିଛନ୍ତି କି, କେବଳ ଭଗବାନ ହିଁ ଆମକୁ କୋରୋନା ଭାଇରସରୁ ବଞ୍ଚାଇ ପାରିବେ ।

ସାରା ବିଶ୍ବରେ ମହାମାରୀ କୋରୋନା ଆତଙ୍କ ଖେଳାଇ ରଖିଛି । ପ୍ରତିଦିନ ଲକ୍ଷ ଲକ୍ଷ ମାମଲା ସାମ୍ନାକୁ ଆସୁଛି । ତେଣୁ ଆମକୁ ସତର୍କ ରହିବାକୁ ପଡିବ । କାରଣ ଆପଣ ଶାସକ ଦଳର ହୁଅନ୍ତୁ ଅବା ବିରୋଧୀ ଦଳର, ଧନୀ ହେଉ ବା ଗରିବ ଭାଇରସ ଭେଦଭାବ କରେନାହିଁ । ଆଗାମୀ 2 ମାସ ମଧ୍ୟରେ ମାମଲା ଆହୁରି ବଢିବ । ଆଗକୁ ଲୋକେ ସରକାରଙ୍କ ଅପାରଗତାକୁ ଦୋଷ ଦେବେ । କେବଳ ଭଗବାନ ହିଁ ଆମକୁ କୋରୋନା ଭାଇରସରୁ ବଞ୍ଚାଇ ପାରିବେ । ଏହାସହ ସେ ଆହୁରି କହିଛନ୍ତି କି, ଏହାକୁ ମୁକାବିଲା ପାଇଁ ଲୋକେ ସହଯୋଗ କରିବା ଆବଶ୍ୟକ । ଭଗବାନ ଅଛନ୍ତି ଆମକୁ ବଞ୍ଚାଇବାକୁ ।

ପ୍ରକାଶ ଯେ, କର୍ଣ୍ଣାଟକରେ ବେଲଗାମ ହେଉଛି କୋରୋନା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 47,235 କୋରୋନା ମାମଲା ଥିବାବେଳେ 928ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ସେହିପରି ଗତ 24 ଘଣ୍ଟାରେ ରାଜ୍ୟରେ ସର୍ବାଧିକ 3176 ମାମଲା ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details