ଓଡିଶା

odisha

ETV Bharat / bharat

'ଦିଲ୍ଲୀ ସରକାରୀ ହସ୍ପିଟାଲରେ କେବଳ ଦିଲ୍ଲୀବାସୀଙ୍କ ଚିକିତ୍ସା' - delhi hospitals

ଦିଲ୍ଲୀବାସୀ କେବଳ ଦିଲ୍ଲୀର ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେବେ। ସୂଚନାନୁସାରେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।

delhi govt. hospitals
ଦିଲ୍ଲୀ ସରକାରୀ ହସ୍ପିଟାଲରେ କେବଳ ଦିଲ୍ଲୀବାସୀଙ୍କ ଚିକିତ୍ସା

By

Published : Jun 7, 2020, 12:27 PM IST

ନୂଆଦିଲ୍ଲୀ: ଦିଲ୍ଲୀବାସୀ କେବଳ ଦିଲ୍ଲୀର ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେବେ। ସୂଚନାନୁସାରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ଦିନ ଧରି କେବଳ ଦିଲ୍ଲୀର ଲୋକମାନେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେବେ ନା ବାହାର ଲୋକ ମଧ୍ୟ ଏହି ସୁବିଧା ପାଇବେ ସେନେଇ ଆଲୋଚନା ହୋଇଥିଲା।

ଡ଼ଃ ମହେଶ ବର୍ମାଙ୍କ କମିଟି ଶନିବାର ଦିଲ୍ଲୀର ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଦିଲ୍ଲୀ ସରକାରଙ୍କୁ ରିପୋର୍ଟ ଦାଖଲ କରିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ଦିଲ୍ଲୀର ସ୍ବାସ୍ଥ୍ୟସେବା ଭିତ୍ତିଭୂମି କେବଳ ଦିଲ୍ଲୀର ଲୋକଙ୍କ ପାଇଁ ବ୍ୟବହାର କରାଯିବା ଉଚିତ। ଯଦି ବାହାର ଲୋକଙ୍କୁ ମଧ୍ୟ ଚିକିତ୍ସା କରାଯାଏ, ତେବେ 3 ଦିନ ମଧ୍ୟରେ ସମସ୍ତ ଶଯ୍ୟା ପୂରଣ ହେବ ।

ସହରରେ କୋରୋନା ଭାଇରସ ସଂକ୍ରମଣର ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ତତଃ ପକ୍ଷେ 3 ମାସ ପାଇଁ ପର୍ଯ୍ୟାପ୍ତ ପରିମାଣର ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ କିଟ୍ ଓ ଅମ୍ଳଜାନ ମାସ୍କ ଭଳି ଚିକିତ୍ସା ଉପକରଣ କିଣିବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ଜାରି କରାଯାଇଥିବା ନିର୍ଦ୍ଦେଶରେ ଦିଲ୍ଲୀର ସ୍ବାସ୍ଥ୍ୟ ସଚିବ ପଦ୍ମିନୀ ସିଙ୍ଗଲା କହିଛନ୍ତି ଯେ ଗତ ଏକ ସପ୍ତାହ ମଧ୍ୟରେ ଦିଲ୍ଲୀରେ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଛି। ଯେଉଁଥିପାଇଁ ଡାକ୍ତରଖାନା ଗୁଡିକରେ ଶଯ୍ୟା, ସର୍ଜିକାଲ୍ ଉପକରଣ ଓ ଭିତ୍ତିଭୂମି ସମ୍ବନ୍ଧୀୟ ସାମଗ୍ରୀର ଚାହିଦା ବୃଦ୍ଧି ପାଇଛି ।

ଏହି ନିର୍ଦ୍ଦେଶରେ ଦର୍ଶାଯାଇଛି ଯେ ଦିଲ୍ଲୀ ସରକାରଙ୍କ ଅଧୀନରେ ଥିବା ସମସ୍ତ କୋଭିଡ-19 ଓ ଅଣ କୋଭିଡ-19 ଡାକ୍ତରଖାନାର ଏମଏସ, ଏମଡି, ନିର୍ଦ୍ଦେଶକ ସର୍ଜିକାଲ ଆଇଟମ, ଅମ୍ଳଜାନ ମାସ୍କ ଓ ଅମ୍ଳଜାନ ଚିକିତ୍ସା ବ୍ୟବସ୍ଥା, ପିପିଇ କିଟ୍, ଗ୍ଲୋଭସ୍, ମାସ୍କ ଇତ୍ୟାଦି ଗ୍ରହଣ କରିବେ। କିଣିବା ପରେ ଅତି କମରେ 3 ମାସ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ଷ୍ଟକ୍ ରଖିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ABOUT THE AUTHOR

...view details