ଡେରାଡୁନ: ଉତ୍ତରଖଣ୍ଡର ଚାରି ଧାମ ମଧ୍ୟରୁ ଅନ୍ୟ 3ଚି ମନ୍ଦିରର ଦ୍ବାର ଖୋଲା ସରିଥିବାବେଳେ, ମେ 15 ତାରିଖରେ ପ୍ରଭୁ ବଦ୍ରିନାଥଙ୍କ ଦ୍ବାର ଖୋଲିବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବେ କୋରୋନା କାରଣରୁ ଏହି ସମୟରେ ମନ୍ଦିରର ମୁଖ୍ୟ ପୁରୋହିତଙ୍କ ସହ କେବଳ 27 ଜଣ ବ୍ୟକ୍ତି ଉପସ୍ଥିତ ରହିପାରିବେ। ପ୍ରଶାସନ 27 ଜଣଙ୍କୁ ଉପସ୍ଥିତିକୁ ଅନୁମତି ଦେଇଛି।
ମେ 15ରେ ଖୋଲିବ ବଦ୍ରିନାଥ ଧାମ ଦ୍ବାର, ମୁଖ୍ୟ ପୁରୋହିତଙ୍କ ସହ ଯିବେ 27 ଜଣ ଲୋକ - corona crises
ଲକଡାଉନ୍ ଏବଂ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ମେ 15ରେ ବଦ୍ରିନାଥ ଧାମ ଦ୍ବାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଅଧିକ ପଢନ୍ତୁ...
ଏହି ସୂଚନା ପ୍ରଦାନ କରି ଜୋଶିମଠର ଡେପୁଟି ଉପ ଜିଲ୍ଲା ଅଧିକାରୀ ଅନିଲ ଚନ୍ୟାଲ କହିଛନ୍ତି ଯେ, ଲକଡାଉନ୍ ଏବଂ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ଗାଇଡ୍ ଲାଇନ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି। ଦ୍ବାର ଖୋଲିବାବେଳେ ସାମାଜିକ ଦୀରତା ଉପରେ ମଧ୍ୟ ଧ୍ୟାନ ନିଆଯିବ । ଚନ୍ୟାଲ ସୂଚନା ଦେଇଛନ୍ତି ଯେ, ବଦ୍ରିନାଥରେ ବିଦ୍ୟୁତ୍, ପାନୀୟ ଜଳ ସମେତଅତ୍ୟାବଶ୍ୟକ ସୁବିଧା ପୁନରୁଦ୍ଧାର କରାଯାଇଛି। ଦ୍ବାର ଖୋଲିବା ଅବସରରେ କୌଣସି ଭିଆଇପି କିମ୍ବା ସାଧାରଣ ଭକ୍ତଙ୍କୁ ଦର୍ଶନ କରିବାକୁ ଅନୁମତି ମିଳି ନାହିଁ।
ପ୍ରଭୁ ବଦ୍ରିନାଥଙ୍କ ଦ୍ବାର ଖୋଲିବା ସମୟରେ କେବଳ ମୁଖ୍ୟ ପୁରୋହିତ ରାୱଲ, ନାଏବ ରାୱଲ, ଧର୍ମାଧିକାରୀ, ଅତିରିକ୍ତ ଧର୍ମାଧିକାରୀ, ଲକ୍ଷ୍ମୀ ମନ୍ଦିରର ପୂଜାରୀ ଏବଂ ମନ୍ଦିର ସହ ଜଡିତ ଆବଶ୍ୟକୀୟ କର୍ମଚାରୀମାନେ ଉପସ୍ଥିତ ରହିବେ। ଜିଲ୍ଲା ସ୍ତରର ଅଧିକାରୀମାନେ ମଧ୍ୟ ବଦ୍ରିନାଥ ଯିବେ ନାହିଁ। ଅନ୍ୟପକ୍ଷରେ ଦେବସ୍ଥାନ ବୋର୍ଡର ଗଣମାଧ୍ୟମ ଦାୟିତ୍ୱରେ ଥିବା ହରିଶ ଗୌର କହିଛନ୍ତି ଯେ, ମେ 13 ରେ, ରାୱଲ ଇଶ୍ୱରୀ ପ୍ରସାଦ ନମ୍ବୋଦରିଙ୍କ ସହିତ ଅନ୍ୟମାନେ ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହିତ ଯୋଶୀମଠରୁ ପଣ୍ଡୁକେଶ୍ୱରକୁ ଯିବେ ।