ନୂଆଦିଲ୍ଲୀ: କାଶ୍ମୀର ଯୁବକଙ୍କୁ ଆଇଏସରେ ଭର୍ତ୍ତି କରାଉଥିବା ଆଇଏସ କମାଣ୍ଡର ତଥା କୁଖ୍ୟାତ ଆତଙ୍କବାଦୀ ହୁଜୈଫା ଅଲ ବାକିସ୍ତାନୀର ଏକ ଡ୍ରୋନ ଆକ୍ରମଣରେ ନିହତ ହୋଇଛି । ମାଷ୍ଟରମାଇଣ୍ଡ ଏବଂ ଟ୍ରେଣ୍ଡରେ ଚାଲିଥିବା ଏହି ପାକିସ୍ତାନୀ ଆତଙ୍କବାଦୀ ଗୁଡାଏ ଭାରତୀୟ ଯୁବକଙ୍କୁ ଆଇଏସରେ ଭର୍ତ୍ତି କରାଇଛି । ଉକ୍ତ ଆତଙ୍କବାଦୀକୁ ଆଫଗାନିସ୍ତାନ ନରଗରହର ପ୍ରାନ୍ତର ଖୋଗୟୀନୀ ଜିଲ୍ଲାରେ ଏକ ଡ୍ରୋନ ଆକ୍ରମଣ କରିଥିଲା ।
ଭାରତୀୟ ସୁରକ୍ଷା ଏଜେନ୍ସିଙ୍କ କହିବା କଥା ହେଲା ହୁଜୈଫା ଭାରତୀୟ ଯୁବକଙ୍କୁ ଅନଲାଇନ ମାଧ୍ୟମରେ ଆଇଏସ ସଂଗଠନରେ ଭର୍ତ୍ତି କରାଉଥିଲା । ଏହାସହ 'ୱିଲ୍ୟାଃ ଅଫ୍ ହିନ୍ଦ' (Wilayah of Hind) ର ଗଠନ ପଛରେ ହୁଜୈଫାର ବଡ଼ ହାତ ଥିଲା ବୋଲି ଜଣାପଡିଛି । ସମ୍ପ୍ରତ୍ତିରେ ଆଇଏସ ପକ୍ଷରୁ କୁହାଯାଇଥିଲା ଯେ ଭାରତରେ ହୁଜୈଫା ଏକ ଏନ ପ୍ରାନ୍ତ ଗଠନ କରିଛି । କିଛିଦିନ ପୂର୍ବେ ଭରାତୀୟ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଏକ ସଂଘର୍ଷ ହୋଇଥିଲା । ସେଥିରେ ଆଇଏସ ଉକ୍ତ ଏନ ପ୍ରାନ୍ତ ଗଠନ ହୋଇଥିବା ଦାବି କରିଥିଲା ।