ଓଡିଶା

odisha

ETV Bharat / bharat

ଅନଲାଇନରେ ଆଉ ମିଳିବନି ମାସ୍କ ଓ ସାନିଟାଇଜର ! - କୋରୋନା ଭାଇରସ ଭୟ

ମାସ୍କ ଓ ସାନିଟାଇଜର ଅନଲାଇନରେ ଯୋଗାଣ ବନ୍ଦ କରିବ ଆମାଜନ୍। ସାମୟିକ ଭାବେ ଏହି ଯୋଗାଣ ବନ୍ଦ ରହିବ ବୋଲି ସୂଚନା ମିଳିଛି। ଅଧିକ ଖବର ପଢନ୍ତୁ...

online ratailer amazon
ଅନଲାଇନରେ ଆଉ ମିଳିବନି ମାସ୍କ ଓ ସାନିଟାଇଜର !

By

Published : Apr 3, 2020, 12:57 PM IST

ନୂଆଦିଲ୍ଲୀ: ଆପଣ ଅନଲାଇନରେ ମାସ୍କ ଓ ସାନିଟାଇଜର ଅର୍ଡର କରୁଛନ୍ତି କି ? ଆପଣଙ୍କ ପାଇଁ ଦୁଃଖ ଖବର। ଅନ୍ୟ ଏକ ଶ୍ରେଷ୍ଠ ଅନଲାଇନ ସଂସ୍ଥା ଆମାଜନ ଆଉ ଆପଣଙ୍କ ଅର୍ଡର ଡେଲିଭରି କରିବ ନାହିଁ।

ଦିନକୁ ଦିନ ଆମାଜନ୍ ରେ ବଢୁଥିବା ଅନଲାଇନ ମାସ୍କ ଓ ସାନିଟାଇଜର ଅର୍ଡର ଚାହିଦାକୁ ଦୃଷ୍ଟିରେ ରଖି ଏହି ଅନଲାଇନ ରିଟେଲ ସଂସ୍ଥା ସାମୟିକ ଭାବେ ଅନଲାଇନ ଯୋଗାଣ ବନ୍ଦ କରିବ।

ତେବେ କମ୍ପାନୀ ସମସ୍ତ ମେଡିକାଲ ଉପକରଣକୁ ସ୍ବାସ୍ଥ୍ୟ କର୍ମଚାରୀ ଓ ମେଡିକାଲକୁ ଯୋଗାଇବ। ଏନେଇ ସୂଚନା ଦେଇଛି ଖୋଦ୍ ଆମାଜନ୍। ତେବେ ପ୍ରଶ୍ନ ଉଠିପାରେ ଆମାଜନର ଏପରି ନିଷ୍ପତ୍ତି ପଛରେ ଏହା ମୂଳ କାରଣ ନାଁ ଅନ୍ୟ କିଛି ଉଦ୍ଦେଶ୍ୟ ରହିଛି।

କୋରୋନା ସଙ୍କଟ ବୃଦ୍ଧି ପାଉଥିବା ବେଳେ ଲୋକମାନେ ମାସ୍କ ଓ ହ୍ୟାଣ୍ଡ ସାନିଟାଉଜରକୁ ସତର୍କତାର ମୂଳକ ବ୍ୟବହାର କରୁଛନ୍ତି। ଯେଉଁଥି ପାଇଁ ପ୍ରଚୁର ମାତ୍ରାରେ ଏହାକୁ ଅନଲାଇନରେ ଅର୍ଡର କରୁଛନ୍ତି। ହେଲେ ଏଭଳି ପରିସ୍ଥିତିରେ ଆମାଜନର ଏପରି ନିଷ୍ପତ୍ତି ଲୋକଙ୍କୁ ସଙ୍କଟରେ ପକାଇ ଦେଇଛି।

ABOUT THE AUTHOR

...view details