ଓଡିଶା

odisha

ETV Bharat / bharat

କୋରୋନାରୁ ମୁ୍କ୍ତି ପାଇଁ ମେ' 14ରେ ଅନଲାଇନ ପ୍ରାର୍ଥନା ସଭା, ଜାଣନ୍ତୁ କେଉଁଠି.. - Corona peace

କୋରୋନା କବଳରୁ ଦେଶ ଓ ବିଶ୍ବବାସୀଙ୍କୁ ରକ୍ଷା ଦେବାକୁ ଆବୁଧାବିର ବିଏପିଏସ ହିନ୍ଦୁ ମନ୍ଦିରରେ 14 ମେ ରେ 'ମାନବ ସମାଜ ପାଇଁ ପ୍ରାର୍ଥନା ସଭାର' ଆୟୋଜନ ହେବ । ଅଧିକ ପଢନ୍ତୁ...

ଆବୁଧାବିର ମନ୍ଦିରରେ ମେ' 14ରେ ହେବ ଅନଲାଇ ପ୍ରାର୍ଥନା ସଭା
ଆବୁଧାବିର ମନ୍ଦିରରେ ମେ' 14ରେ ହେବ ଅନଲାଇ ପ୍ରାର୍ଥନା ସଭା

By

Published : May 11, 2020, 1:12 PM IST

ଦୁବାଇ: କୋରୋନା ଭାଇରସ ବିରୋଧରେ ଯୁଦ୍ଧରେ ଲୋକଙ୍କୁ ଏକତ୍ର କରିବା ପାଇଁ ଆବୁଧାବିର ବିଏପିଏସ ହିନ୍ଦୁ ମନ୍ଦିରରେ 14 ମେ ରେ 'ମାନବ ସମାଜ ପାଇଁ ପ୍ରାର୍ଥନା ସଭାର' ଆୟୋଜନ ହେବ । ମନ୍ଦିରର ମୁଖ୍ୟ ବ୍ରହ୍ମାଭିହାରୀ ସ୍ବାମୀଜୀ କହିଛନ୍ତି, 'ମାନବ ଭ୍ରାତୃତ୍ୱ ଉପରେ ଉଚ୍ଚ କମିଟି (HCHF) ଦ୍ୱାରା ଆୟୋଜିତ ପ୍ରାର୍ଥନା ସଭାରେ ଯୋଗ ଦେବାକୁ ନେଇ ଆମେ ଗୌରବାନ୍ୱିତ ମନେ କରୁଛୁ। ଏହା ଏକ ପ୍ରେରଣାଦାୟକ କାର୍ଯ୍ୟ ଯାହା ସର୍ବଶକ୍ତିମାନଙ୍କ ପ୍ରାର୍ଥନା ପାଇଁ ଲୋକଙ୍କୁ ଏକତ୍ର କରିବ, ଯାହାକୁ ଆମେ ସମସ୍ତେ ଏହି ସମୟରେ ଦୟା, ମାର୍ଗଦର୍ଶନ ଏବଂ ସୁରକ୍ଷା ପାଇଁ ଆବଶ୍ୟକ କରୁଛୁ ।

ଧାର୍ମିକ ନେତା ତଥା ପଣ୍ଡିତମାନଙ୍କର ଏକ ସ୍ବାଧୀନ ସଂସ୍ଥା ଏଚସିଏଚଏଫ, ଆବୁଧାବିର ପ୍ରିନ୍ସ ଏଚ୍ ଏଚ୍ ଶେଖ ମହମ୍ମଦ ବିନ ଜାଏଦ ଅଲ ନାହିନଙ୍କ ପୃଷ୍ଠପୋଷକତାରେ କାର୍ଯ୍ୟ କରେ। ମାନବ ଭ୍ରାତୃଭାବ ସହ ଜଡିତ ଏକ ଦସ୍ତାବିଜରେ ପୋପ୍ ଫ୍ରାନ୍ସିସ୍ ଏବଂ ଅଲ-ଅଜହରର ଙ୍କ ସାହି ଇମାମ ଶେଖ ଅହମ୍ମଦ ଅଲ-ତୈୟବ ମଧ୍ୟ ଦସ୍ତଖତ କରିଛନ୍ତି । ଏହି ବୈଠକ ଗୁରୁବାର ରାତି 9 ଟାରୁ ଆରମ୍ଭ ହେବ। ଏଥିରେ ପ୍ରବାସୀ ଭାରତୀୟ ବିଭିନ୍ନ ଭକ୍ତି ଗୀତ, ଏକ ଭିଡିଓ ଉପସ୍ଥାପନା, ଜପ ଏବଂ ଧ୍ୟାନ ସହିତ ବିଭିନ୍ନ ପ୍ରାର୍ଥନା କରାଯିବ । ଆଗ୍ରହୀ ବ୍ୟକ୍ତିମାନେ 'ପ୍ରେୟାର୍ସ ଡଟ ମନ୍ଦିର ଡଟ ଏଇରେ ଲଗ ଇନ' କରି ପ୍ରାର୍ଥନାରେ ଯୋଗ ଦେଇପାରିବେ ।

ଆବୁଧାବିର 'ଅଲ ୱାକବା' ନାମକ ସ୍ଥାନରେ 20,000 ବର୍ଗ ମିଟର ଜମିରେ ଏହି ମନ୍ଦିର ନିର୍ମାଣ ହେବ। ରାଜପଥ ନିକଟରେ ଥିବା ଅଲ ୱାକବା ଆବୁଧାବି ଠାରୁ ପ୍ରାୟ 30 ମିନିଟ୍ ଦୂରରେ ଅବସ୍ଥିତ । ସୂଚନାମୁତାବକ, ଆବୁଧାବିର ଜଣେ ଜଣାଶୁଣା ଭାରତୀୟ ବ୍ୟବସାୟୀ ବି.ଆର ଶେଟ୍ଟୀ ଏହି ମନ୍ଦିର ନିର୍ମାଣ ପାଇଁ ପ୍ରଚାର କରୁଛନ୍ତି। ସେ 'ୟୁଏଇ ଏକ୍ସଚେଞ୍ଜ' ନାମକ ଏକ କମ୍ପାନୀର ଏମଡି ଏବଂ ସିଇଓ ଅଟନ୍ତି। ପ୍ରଧାନମନ୍ତ୍ରୀ ଭୁମି ପୂଜନ ନିଜେ ଏହି ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ମନ୍ଦିରରେ ଭଗବାନ କୃଷ୍ଣ, ଶିବ ଏବଂ ଆୟାପ୍ପା (ବିଷ୍ଣୁ)ଙ୍କ ମୂର୍ତ୍ତି ରହିଛି। ଭାରତୀୟ ଦୂତାବାସର ତଥ୍ୟ ଅନୁଯାୟୀ, ସଂଯୁକ୍ତ ରାଷ୍ଟ୍ରରେ ପ୍ରାୟ 26 ଲକ୍ଷ ଭାରତୀୟ ବାସ କରୁଛନ୍ତି, ଯାହା ସେଠାରେ ଜନସଂଖ୍ୟାର ପ୍ରାୟ 30% ଅଟେ।

ABOUT THE AUTHOR

...view details