ନୂଆଦିଲ୍ଲୀ: ଦିନରାତି ବ୍ୟସ୍ତତା ଭିତରେ ରହୁଥିବା ଡେଲିଭରି ବୟକୁ ଏବେ ମିଳୁନି କାମ। ଗ୍ରାହକଙ୍କୁ ଅପେକ୍ଷା କରି କରି ଦିନ ସରିଯାଉଛି ହେଲେ ଆସୁନି ଅର୍ଡର। ଲକ ଡାଉନ ସହ କୋରୋନା ଭୟରେ ମଧ୍ୟ ଲୋକମାନେ ବାହାର ଖାଇବା ବନ୍ଦ କରି ଦେଇଛନ୍ତି। ହେଲେ ଲୋକଙ୍କ ଉପରେ ନିର୍ଭର କରି ପେଟ ପୋଷୁଥିବା ଏହି ଖାଦ୍ୟ ବିତରଣକାରୀଙ୍କ ଦୁଃଖ ବଢିଯାଇଛି।
ଅସୁବିଧାରେ ଫୁଡ୍ ଡେଲିଭରି ବୟ, ବିତିଛୁ ସମୟ ଆସୁନି ଅର୍ଡର - Lockdown
ଲକଡାଉନ ଯୋଗୁଁ ଏହି ଅନଲାଇନ ଖାଦ୍ୟ ବିତରଣ କାର୍ଯ୍ୟନିର୍ବାହୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଧିକ ଖବର ପଢନ୍ତୁ...
![ଅସୁବିଧାରେ ଫୁଡ୍ ଡେଲିଭରି ବୟ, ବିତିଛୁ ସମୟ ଆସୁନି ଅର୍ଡର food delivery](https://etvbharatimages.akamaized.net/etvbharat/prod-images/768-512-6691915-144-6691915-1586230245856.jpg)
ତେବେ ଲକଡାଉନ ଯୋଗୁଁ ଏହି ଅନଲାଇନ ଖାଦ୍ୟ ବିତରଣ କାର୍ଯ୍ୟନିର୍ବାହୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିତରଣ କାର୍ଯ୍ୟନିର୍ବାହୀମାନଙ୍କ ମଧ୍ୟରୁ ଜଣଙ୍କ କହିବା ଅନୁସାରେ "ଆଜିକାଲି ଚାହିଦା ବହୁତ କମ୍ ଅଟେ। ଦିନକୁ 16-17 ଘଣ୍ଟା କାମ କରିବା ସତ୍ତ୍ବେ ଆମେ ଆମର ଲକ୍ଷ୍ୟ ପୂରଣ କରିବାରେ ଅସମର୍ଥ"।
ତେବେ ଦିନକୁ ଦିନ ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢିଚାଲିଛି। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ସବୁ ସ୍ଥାନରେ ନିୟମକୁ କଡାକଡି କରାଯାଉଛି। ଏବେ ସୁଦ୍ଧା ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4127 ଥିବା ବେଳେ ମୃତକଙ୍କ ସଂଖ୍ୟା 100 ରୁ ଉର୍ଦ୍ଧ୍ବ ରହିଛି।