ହାଇଦ୍ରାବାଦ: ଅନଲାଇନ ପାଠପଢାର ଆଉ ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି । ପାଠପଢାରେ ନେଟର୍ୱାକ ବାଧକ ସାଜିବାରୁ ଛାତ୍ର ଜଣଙ୍କୁ ଜମିର ମଞ୍ଚାକୁ ଯିବାକୁ ପଡିଛି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ତେଲେଙ୍ଗାନାର ମହାବୁବନଗର ଜିଲ୍ଲାରେ ।
ସୂଚନାଅନୁସାରେ, କୋରୋନା ମହାମାରୀ ସମୟରେ ପାଠପଢିବା ପାଇଁ ଅନଲାଇନ କେବଳ ମାଧ୍ୟମ ଥିବାବେଳେ ଭଲ ନେଟର୍ୱାକ ବାଧକ ସାଜିଛି । ତେଲେଙ୍ଗାନାର ମହାବୁବନଗର ଜିଲ୍ଲା ଅନ୍ତର୍ଗତ ଜଣେ ସପ୍ତମ ଶ୍ରେଣୀ ଛାତ୍ର ମହମୁଦ ଆଫାମ ଅନଲାଇନରେ ପାଠ ପଢିବା ପାଇଁ ବହୁ ଅସୁବିଧାର ସମ୍ମୁଖିନ ହୋଇଥିବା ଦେଖାଯାଇଛି । ଅନଲାଇନରେ ପଢିବା ପାଇଁ ଭଲ ନେଟର୍ୱାକ ଦରକାର, ଯାହା ମହମୁଦଙ୍କ ଘରେ ସମ୍ଭବ ହୋଇନଥିଲା । ଫଳରେ ମହମୁଦ ତାଙ୍କ ଜମିର ମଞ୍ଚାକୁ ଯାଇଥିଲେ ଅନଲାଇନରେ ପଢିବାକୁ । ଶିକ୍ଷା ବିଭାଗର ଆନଲାଇନରେ ପାଠପଢା ନିଷ୍ପତି କେତେ ସଫଳ ସ୍ପଷ୍ଟ ବାରି ହୋଇ ପଡୁଛି ।